ଦେଶ ବିଦେଶ

୨୦୨୩ ରେ କରୋନା ପରେ ସବୁଠୁ ବଡ଼ ଭୟଙ୍କର ହେବ ସୁପରବଗ୍‌, ବର୍ଷକରେ ନେଇପାରେ ୧ କୋଟି ଜୀବନ

ଗତ ଦୁଇ ବର୍ଷ ଧରି ପୁରା ବିଶ୍ୱ କରୋନା ସଂକ୍ରମଣରେ ଘାଣ୍ଟି ହେଉଛି । ଗୋଟିଏ ପକ୍ଷରେ ଯେଉଁଠି ପ୍ରତି ବର୍ଷ ନୂଆ ନୂଆ ଭାରିଏଣ୍ଟ ସହ ମହାମାରୀ ବଢ଼ିଚାଲିଛି । ଅନ୍ୟ ପକ୍ଷରେ ଲୋକଙ୍କ ଶାରୀରିକ ଓ ମାନସିକତାରେ ଏହା ବଡ଼ ପ୍ରଭାବ ପକାଉଛି । ତେବେ କରୋନା ଯେପରି ଭାବେ ଲୋକଙ୍କ ଜୀବନ ନେଇ ଚାଲିଛି ତା’ ଠାରୁ ଅଧିକ ବେଗରେ ସଂକ୍ରମଣ ହେବ ସୁପରବଗ ବ୍ୟାକ୍ଟେରିଆ । ଯାହାକି ଏବେ ଆମେରିକାରେ ଲୋକଙ୍କ ମଧ୍ୟରେ ତୀବ୍ର ଭାବେ ସଂକ୍ରମିତ ହେବାରେ ଲାଗିଛି ।

ଏହା ଏବେ କରୋନା ଭଳି ସାରା ବିଶ୍ୱକୁ ଚିନ୍ତାରେ ପକାଇଛି । ମେଡିକାଲ ସାଇନ୍ସ ଅନୁଯାୟୀ, ଏହି ବ୍ୟାକ୍ଟେରିଆ କିଛି ବର୍ଷରେ ବିସ୍ଫୋରଣର ରୁପ ନେଇପାରେ । ଯାହାକି ସାରା ବିଶ୍ୱ ପାଇଁ ମାରାତ୍ମକ ହୋଇପାରେ । ମେଡିକାଲ ଜର୍ଣ୍ଣାଲ ‘ଲାନ୍ସେଟ୍‌ ଅନୁଯାୟୀ, ଯଦି ଏହି ସୁପରବଗ୍‌ ଏହି ବେଗରେ ସଂକ୍ରମିତ ହୁଏ ତେବେ ଏହା ଯୋଗୁ ପ୍ରତି ବର୍ଷ ୧ କୋଟି ଲୋକ ମୃତ୍ୟୁ ମୁଖରେ ପଡିବେ ।

ତେବେ ଏବେ ସୁପରବଗ ପାଇଁ ପ୍ରତିବର୍ଷ ବିଶ୍ୱରେ ୧୩ ଲକ୍ଷ ଲୋକଙ୍କ ଜୀବନ ହାନି ଘଟୁଛି । ସବୁଠାରୁ ବଡ଼ କଥା ହେଉଛି ଏହି ସୁପରବଗ ବ୍ୟାକ୍ଟେରିଆ ଉପରେ ଆଣ୍ଟିବାୟୋଟିକ ଓ ଆଣ୍ଟିଫୁଙ୍ଗାଲ୍‌ ମେଡିସିନ କାମ କରୁନାହିଁ ବୋଲି ଲାନ୍ସେଟ୍‌ ପତ୍ରିକାରେ ପ୍ରକାଶ ପାଇଛି ।

photo : abplive.com

କ’ଣ ଏହି ସୁପରବଗ୍‌

ଏହା ବ୍ୟାକ୍ଟେରିଆର ଏକ ରୁପ । କିଛି ବ୍ୟାକ୍ଟେରିଆ ହ୍ୟୁମାନ ଫ୍ରେଣ୍ଡଲି ହୋଇଥାନ୍ତି ତ କିଛି ମନୁଷ୍ୟ ପାଇଁ ମାରାତ୍ମକ ହୋଇଥାନ୍ତି । ଏହି ବ୍ୟାକ୍ଟେରିଆ ଭାଇରସ ଓ ପାରାସାଇଟର ଏକ ରୁପ ଅଟେ । ଏହା ଯେତେବେଳେ ତାର ରୁପ ବଦଳାଇ ଆଣ୍ଟିମାଇକ୍ରୋବାଏଲ ରେଜିଷ୍ଟେଣ୍ଟ ହୋଇଯାଏ,ସେତେବେଳେ ଏହାର ଚିକିତ୍ସା ବହୁତ କଷ୍ଟକର ହୋଇଯାଏ ।

ଆଶ୍ଚର୍ଯ୍ୟର କଥା ହେଉଛି ସୁପରବଗ୍‌ କୌଣସି ଆଣ୍ଟିବାୟୋଟିକ ମେଡିସିନର ଅଧିକ ବ୍ୟବହାର କିମ୍ବା ଅଯଥାରେ ଆଣ୍ଟିବାୟୋଟିକ ମେଡିସିନର ବ୍ୟବହାର ଯୋଗୁ ସୃଷ୍ଟି ହୋଇଥାଏ ।
ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ ଅନୁସାରେ, ଆମ ଦେଶରେ ମଧ୍ୟ ନିମୋନିଆ ଓ ସେପ୍ଟିସିମିୟା ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ମେଡିସିନ୍‌ କାର୍ବେପନେମ ମେଡିସିନ ଏବେ ବ୍ୟାକ୍ଟେରିଆ ଉପରେ ପ୍ରଭାବହୀନ ହୋଇଯାଇଛି ।

କେମିତି ସଂକ୍ରମିତ ହୋଇଥାଏ ସୁପରବଗ

ଏହି ବ୍ୟାକ୍ଟେରିଆ ଜଣେ ଅନ୍ୟଜଣଙ୍କ ଚର୍ମ ସହ ସମ୍ପର୍କ, ଘା’, ଲାଳ ଓ ଯୌନ ସମ୍ପର୍କ ରଖିବାରେ ସଂକ୍ରମିତ ହୋଇଥାଏ । ଥରେ ବ୍ୟକ୍ତି ଏଥିରେ ସଂକ୍ରମିତ ହେଲେ ମେଡିସିନ ପ୍ରଭାବ କାମ କରେନାହିଁ ।

ବଡ଼ କଥା ହେଲା କରୋନା ସମୟରେ ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାର ଯୋଗୁ ଏହି ସୁପରବଗ ର ସଂକ୍ରମଣ ବୃଦ୍ଧି ପାଇଥାଇପାରେ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ଗତ ୧୫ ବର୍ଷରେ ଆଣ୍ଟିବାୟୋଟିକର ବ୍ୟବହାର ପ୍ରାୟ ୬୫ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି

Niharanjan

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

18 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

50 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

52 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

55 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago