ବାଟ ଖୋଲିଲା ସୁପ୍ରିମ୍‌ ରାୟ! ଏବେ ସିଧାସଳଖ ବିକ୍ରି ଓ ରପ୍ତାନି ହୋଇପାରିବ ଲୁହାପଥର

ନୂଆଦିଲ୍ଲୀ: ବିଦେଶକୁ ଲୁହାପଥର ରପ୍ତାନୀ ନେଇ କର୍ଣ୍ଣାଟକରେ ରୁଜୁ ହୋଇଥିବା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ଲୁହାପଥର ବିକ୍ରି ଓ ରପ୍ତାନି ଉପରେ କଟକଣା ହଟାଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ କେବଳ ଇ-ନିଲାମୀରେ ଲୁହାପଥର ବିକ୍ରି ହେଉଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ନୂଆ ନିର୍ଦ୍ଦେଶ ପରେ ଏବେ ସିଧାସଳଖ ଲୁହା ପଥର ବିକ୍ରି ଓ ବିଦେଶକୁ ରପ୍ତାନି କରିଯାଇ ହେବ। ତେବେ ଏହି ରପ୍ତାନି କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ହେବ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ।


ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନା, ଜଷ୍ଟିସ କ୍ରିଷ୍ଣା ମୁରାରୀ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏକାଧିକ ଖଣି ବ୍ୟବସାୟୀଙ୍କ ପକ୍ଷରୁ ଏ ନେଇ ମାମଲା ରୁଜୁ ହୋଇଥିଲା। ବେନିୟମ ଲୁହା ପଥର ବିକ୍ରି ଓ ରପ୍ତାନି ଯୋଗୁଁ ୨୦୧୧ ମସିହାରୁ ଏହି କଟକଣା ଥିଲା।

Also Read: କଟକରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.