ଦିଲ୍ଲୀ-ଏନସିଆରରେ ‘ଗ୍ରାପ୍-୪’ ହଟାଇବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ, ଲାଗୁ ରହିବ ଗ୍ରାପ୍-୩ ଓ ୨
ଦିଲ୍ଲୀ-ଏନସିଆରରେ ଲାଗୁ ହୋଇଥିବା ଗ୍ରାପ୍-୪କୁ ଏବେ ହଟାଇ ଦିଆଯାଇଛି । ଶୁଣାଣି ପରେ ସୁପ୍ରିମକୋର୍ଟ ଗ୍ରାପ୍-୪ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (CAQM)ଙ୍କ ତରଫରୁ ASG ଐଶ୍ଵର୍ଯ୍ୟା ଭାଟି କହିଛନ୍ତି, AQI ତଳକୁ ଖସୁଛି । କିନ୍ତୁ ଏହା ପାଣିପାଗ ଉପରେ ନିର୍ଭର କରେ । ନଭେମ୍ବର ୨୯ରୁ ଡାଉନଗ୍ରେଡ୍ ହେଉଛି ।
ଗତ ଏକ ମାସ ଧରି କ୍ରମାଗତ ବାୟୁ ପ୍ରଦୂଷଣର ସମ୍ମୁଖୀନ ହେବା ପରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ଉନ୍ନତ ହୋଇଛି । AQI ‘ମଧ୍ୟମ’ ବର୍ଗରେ ପହଞ୍ଚିଛି । ବାୟୁ ପ୍ରଦୂଷଣ କମ୍ ହେବା ପରେ ପ୍ରତିବନ୍ଧକ ହଟିବାରେ ଲାଗିଛି । ଯଦିଓ ଗ୍ରାପ୍-୨ ତଳକୁ ଖସିବା ପାଇଁ ବର୍ତ୍ତମାନ ଅନୁମତି ନାହିଁ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି AQI ୩୫୦ରୁ ଅଧିକ ଜଣାପଡ଼େ, ତା’ ହେଲେ ସତର୍କତାମୂଳକ ପଦକ୍ଷେପ ଭାବରେ ଗ୍ରାପ୍-୩କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ପଡ଼ିବ । ଯଦି କୌଣସି ଦିନ AQI ୪୦୦ ଅତିକ୍ରମ କରୁଛି, ତେବେ ଗ୍ରାପ୍-୪ ପୁନର୍ବାର କାର୍ଯ୍ୟକାରୀ ହେବା ଉଚିତ ।
ASG ଭାଟି କୋର୍ଟଙ୍କୁ କହିଛନ୍ତି, ଆମର ଭୌଗୋଳିକ ସ୍ଥିତି ୟୁରୋପୀୟ ଦେଶମାନଙ୍କ ପରି ନୁହେଁ । ବାୟୁ ମଧ୍ୟ ସେପରି ନୁହେଁ । ଏହାର ଅର୍ଥ, ଉଭୟକୁ ତୁଳନା କରାଯାଇପାରିବ ନାହିଁ । ଖାସ୍ କରି, ଅକ୍ଟୋବର-ନଭେମ୍ବରରୁ ଫେବୃୟାରୀ-ମାର୍ଚ୍ଚ ମଧ୍ୟରେ ସ୍ଥିତି ଗମ୍ଭୀର ଥାଏ, ଯାହା ପ୍ରଦୂଷଣ ଉପରେ ପ୍ରଭାବ ପକାଇଥାଏ । ଆମେ ଗ୍ରାପ୍-୨ ଏବଂ ୩ର ହାଇବ୍ରିଡ୍ ଲାଗୁ କରିବୁ ।
ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ସୂଚକାଙ୍କରେ ଉନ୍ନତି ହେବା ସହିତ ସୁପ୍ରିମକୋର୍ଟ CAQMକୁ ଗ୍ରାପ୍-୪ ପ୍ରତିବନ୍ଧକକୁ ଢିଲା ଦେବାକୁ ଅନୁମତି ଦେଇଛନ୍ତି । ଗ୍ରାପ୍-୪ ଅଧୀନରେ ବ୍ୟବସାୟିକ ଟ୍ରକ୍ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଥିଲା । ଡିଜେଲ ଚାଳିତ ମଧ୍ୟମ ଏବଂ ଭାରୀ ଯାନ ଉପରେ ମଧ୍ୟ ରୋକ୍ ଲଗାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହା ହଟିବା ପରେ ସମସ୍ତ ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି ।