ସୁପ୍ରିମକୋର୍ଟରେ ୪ ନୂଅା ବିଚାରପତି ନିଯୁକ୍ତ

ଦିଲ୍ଲୀ(କେନ୍ଯୁଜ୍) : ସୁପ୍ରିମକୋର୍ଟର ବିଚାରପତି ଭାବେ ୪ଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ମିଳିଛି । ରାଷ୍ଟ୍ରପତି ଭବନରୁ ଗତକାଲି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମଧ୍ୟପ୍ରଦେଶ, ଗୁଜରାଟ, ପାଟନା ଓ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଯଥାକ୍ରମେ ଜଷ୍ଟିସ ହେମନ୍ତ ଗୁପ୍ତା, ଜଷ୍ଟିସ ଆର.ସୁବାସ ରେଡ୍ଡୀ, ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ଅଜୟ ରସ୍ତୋଗୀଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି । ଏହି ବିଚାରପତିମାନେ ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ । ଅକ୍ଟୋବର ୩୦ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମ ଏହି ବିଚାରପତିମାନଙ୍କୁ ପଦୋନ୍ନତି ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ।