ଦିଲ୍ଲୀ ମଦ ଦୁର୍ନୀତି ମାମଲା : ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ବସ୍ତି, ହଟାଇଲେ ଏହି ସର୍ତ୍ତ

ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ବସ୍ତି । ସୁପ୍ରିମକୋର୍ଟ ଅବକାରୀ ନୀତି ମାମଲାରେ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଜାମିନ ସର୍ତ୍ତରେ ପରିବର୍ତ୍ତନ କରି ମନୀଷ ସିସୋଦିଆଙ୍କ ଦାବିକୁ ମଞ୍ଜୁର ଦେଇଛନ୍ତି । ଜାମିନ ସର୍ତ୍ତ ମୁତାବକ, ତାଙ୍କ ସପ୍ତାହକୁ ଦୁଇ ଥର ଯାଞ୍ଚ ଏଜେନ୍ସୀ ଅଫିସରେ ହାଜିରା ଦେବାକୁ ପଡିବ । କୋର୍ଟ ସିସୋଦିଆଙ୍କ ଆଗ୍ରହରେ ଏହି ସର୍ତ୍ତକୁ ହଟାଇଛନ୍ତି । ତେବେ ସିସୋଦିଆ ନିୟମିତ ଭାବେ ଟ୍ରାଏଲରେ ସାମିଲ ହେବେ ବୋଲି କୋର୍ଟ କହିଛନ୍ତି ।

ସିସୋଦିଆ ଟ୍ବିଟ୍ କରି କୋର୍ଟଙ୍କୁ ଅଭିଜ୍ଞତା ଜଣାଇଛନ୍ତି । ସିସୋଦିଆ ଟ୍ବିଟ୍ କରି ଲେଖିଛନ୍ତି, ମାନନୀୟ ସୁପ୍ରିମକୋର୍ଟଙ୍କୁ ହୃଦୟରୁ କୃତଜ୍ଞତା, ଜାମିନ ସର୍ତ୍ତ ହଟାଇ ଆଶ୍ବସ୍ତି ଦେଇଛନ୍ତି । ଏହି ନିର୍ଣ୍ଣୟ କେବଳ ନ୍ୟାୟପାଳିକାରେ ମୋର ଆସ୍ଥାକୁ ମଜବୁତ କରୁଛି, ତାହା ନୁହେଁ ସାମ୍ବିଧାନିକ ମୂଲ୍ୟକୁ ମଧ୍ୟ ଦର୍ଶାଉଛି । ମୁଁ ସବୁବେଳେ ନ୍ୟାୟପାଳିକା ଏବଂ ସମ୍ବିଧାନ ପ୍ରତି ନିଜର କର୍ତ୍ତବ୍ୟକୁ ସମ୍ମାନ କରିବି ।

ମନୀଷ ସିସୋଦିଆଙ୍କ ଶୁଣାଣି ଆଜି ହୋଇଛି । ଅଭିଷେକ ସିଂଘବୀ ଜଷ୍ଟିସ ବିଆର ଗବଇ ଏବଂ ଜଷ୍ଟିସ କେମି ବିଶ୍ବନାଥନଙ୍କ ପୀଠ ସିସୋଦିଆଙ୍କ ଦାବି ଉପସ୍ଥାପନ କରିଥିଲେ । ୯ ଅଗଷ୍ଟ ୨୦୨୪ରେ ସୁପ୍ରିମକୋର୍ଟ ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ ଜଡିତ ମାମଲାରେ ସିସୋଦିଆଙ୍କୁ ଜାମିନ ମିଳିଥିଲା ।

ମଦ ନୀତି ଦୁର୍ନୀତି ମାମଲାରେ  ଇଡି ସହିତ ସିବିଆଇ ମାମଲାରେ ୪୯୩ ସାକ୍ଷୀଙ୍କ ନାମ ଏବଂ ମାମଲାରେ ହଜାର ପୃଷ୍ଠାର ଦସ୍ତାବିଜ ଏବଂ ୧ ଲକ୍ଷରୁ ଅଧିକ ପୃଷ୍ଠାର ଡିଜିଟାଇଜ ଦସ୍ତାବିଜ ସାମିଲ ରହିଛି ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ଏହାପରେ ଏହି ମାମଲାରେ ଟଙ୍କା ହେରଫେର ଅଭିଯୋଗରେ ଇଡି ମଧ୍ୟ ତାଙ୍କୁ ଗିରଫ କରିଥିଲା । ୨୦୨୧ ମାର୍ଚ୍ଚ ୨୨ରେ ମନୀଷ ସିସୋଦିଆ ନୂତନ ମଦ ନୀତି ଘୋଷଣା କରିଥିଲେ । ୨୦୨୧ ନଭେମ୍ବର ୧୭ରେ ନୂତନ ମଦ ନୀତି ଅର୍ଥାତ୍‌ ଏକ୍ସାଇଜ୍ ପଲିସି ୨୦୨୧-୨୨ ଲାଗୁ କରାଯାଇଥିଲା । ନୂତନ ନୀତି ଆସିବା ପରେ ସରକାର ମଦ ବ୍ୟବସାୟରୁ ବାହାରି ଆସିଥିଲେ ଏବଂ ପୂରା ମଦ ଦୋକାନ ଘରୋଇ ହାତକୁ ଚାଲିଯାଇଥିଲା । ଏହି ମାମଲାରେ କେଜ୍ରିଓ୍ଵାଲଙ୍କୁ ଇଡି ୨୧ ମାର୍ଚ୍ଚରେ ଗିରଫ କରିଥିଲା ।

ଜାମିନ ପାଇଁ ଯୁକ୍ତି ସମୟରେ କୋର୍ଟରେ ଇଡି କହିଥିଲା ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ସେହିପରି ସିବିଆଇ କହିଥିଲା ଯେ, ମନୀଷ ସିସୋଦିଆ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏବଂ ଯଦି ତାଙ୍କୁ ଜାମିନ ମିଳେ ତେବେ ସେ ପ୍ରମାଣ ନଷ୍ଟ କରିବା ସହ ସାକ୍ଷୀଙ୍କୁ ମଧ୍ୟ ପ୍ରଭାବିତ କରିପାରିବେ ।