ଦେଶ ବିଦେଶ

ବିମୁଦ୍ରୀକରଣ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍, ବିମୁଦ୍ରୀକରଣ ପ୍ରକ୍ରିୟାରେ କୌଣସି ତ୍ରୁଟି ନଥିଲା

୨୦୧୬ ବିମୁଦ୍ରୀକରଣ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍ । ମୋଦି ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା । ଏସମ୍ପର୍କିତ ପିଟିସନକୁ କୋର୍ଟ ଖାରଜ କରିଛନ୍ତି । ଜଷ୍ଟିସ୍ ଏସ୍. ଏ. ନାଜିରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ଦେଶରେ ଏକ ହଜାର ଓ ୫୦୦ ଟଙ୍କା ମୂଲ୍ୟର ମୁଦ୍ରା ନୋଟ୍ ପ୍ରଚଳନ ପାଇଁ ସରକାରଙ୍କ ୨୦୧୬ ମସିହାରେ ନେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏକାଧିକ ପିଟିସନ୍ ଦାଖଲ ହୋଇଥିଲା । ସୁପ୍ରିମକୋର୍ଟ ଏହାର ଶୁଣାଣି ଶେଷ କରିଥିବା ବେଳେ ରାୟ ପ୍ରକାଶ ପାଇବ ।

ଗତ ଡିସେମ୍ବର ୭ତାରିଖରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସରକାରଙ୍କ ୨୦୧୬ ନିଷ୍ପତ୍ତି ସହ ଜଡିତ ରେକର୍ଡଗୁଡିକ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ରାୟ ସଂରକ୍ଷିତ ରଖିଥିଲେ । କୋର୍ଟଙ୍କୁ ସରକାର କହିଥିଲେ, ବିମୁଦ୍ରିକରଣ ନିଷ୍ପତ୍ତି କଳାଧନ, ଆତଙ୍କବାଦକୁ ଆର୍ଥିକ ସହାୟତା ଓ ଟିକସ ଫାଙ୍କିବାକୁ ରୋକିବା ଦିଗରେ ଏକ ବଡ଼ ରଣନୀତିର ଏକ ଅଂଶ ଥିଲା । ବିମୁଦ୍ରୀକରଣକୁ ନେଇ ଦାୟର ୫୮ଟି ଆବେଦନର ଏକତ୍ର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ ।

ସୂଚନାଯୋଗ୍ୟ, ୨୦୧୬ ମସିହା ନଭେମ୍ବର ୮ ତାରିଖରେ ସରକାର ବିମୁଦ୍ରାକରଣ ଘୋଷଣା କରିଥିଲେ । ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ସବୁକୁ ବିମୁଦ୍ରାକରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳାଧନ ବିରୋଧରେ ଏକ ବଡ଼ ପଦକ୍ଷେପ ବୋଲି ଦର୍ଶାଇଥିଲେ। ବ୍ୟାଙ୍କ ଆଗରେ ଲୋକମାନଙ୍କୁ ଲମ୍ବା ଧାଡିରେ ଛିଡା ହେବା ପାଇଁ ପଡିଥିଲା।

କେନ୍ଦ୍ର ସରକାରଙ୍କ ଉପରୋକ୍ତ ନିଷ୍ପତ୍ତିକୁ ଚାଲେଞ୍ଜ୍‌ କରି ଦାଏର କରାଯାଇଥିବା କେତେଗୁଡ଼ାଏ ଆବେଦନର ଶୁଣାଣି କରିବା ବେଳେ ସୁପ୍ରିମ୍‌କ‌ୋର୍ଟ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବାରୁ ଏହି ନିଷ୍ପତ୍ତିକୁ ତ୍ରୁଟିପୂର୍ଣ୍ଣ ବୋଲି କହିହେବ ନାହିଁ।  ନୋଟ୍‌ ନିଷିଦ୍ଧ କରାଯିବା ପୂର୍ବରୁ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ମଧ୍ୟରେ ଯଥେଷ୍ଟ ଆଲୋଚନା ‌ହୋଇଥିଲା।

 

Swagatika

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

15 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

24 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

58 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago