ପହଲଗାମ ଆତଙ୍କବାଦୀ ହମଲା ମାମଲାର ଶୁଣାଣି କଲେ ନାହିଁ ସୁପ୍ରିମକୋର୍ଟ

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ସୁପ୍ରିମକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ । ଏଭଳି ଜନସ୍ୱାର୍ଥ ମାମଲା ଦାୟର କରି ସୁରକ୍ଷା ବଳକୁ ନିରୁତ୍ସାହିତ କରିବାକୁ ଚେଷ୍ଟା କର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।  ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ରୁଜ୍ଜୁ ହୋଇଥିଲା ।

ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଏନ କୋଟିଶ୍ବର ଏଭଳି ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି ।  ପହଲଗାମରେ ଏପ୍ରିଲ ୨୨ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୭ ଜଣ ନିରୀହ ପର୍ଯ୍ୟଟକଙ୍କର ଜୀବନ ଯାଇଛି । ଏହି ଘଟଣାର ଵିଚାର ବିଭାଗୀୟ ତଦନ୍ତ ପାଇଁ ଆବେଦନ ହୋଇଥିବା ବେଳେ ଏଭଳି ମାମଲା ରୁଜ୍ଜୁ କରିବା ପୂର୍ବରୁ ଆବେଦନକାରୀ ଦାୟିତ୍ବସମ୍ପନ୍ନ ହେବା ଉଚିତ।

ଆବେଦନକରୀଙ୍କର ଦେଶ ପାଇଁ ମଧ୍ୟ କର୍ତ୍ତବ୍ୟ ରହିଛି  ।  ଏ ନେଇ କୌଣସି ନିର୍ଦ୍ଦେଶନାମା ଦେବା ପାଇଁ କହିବା ଉଚିତ ନୁହେଁ ବୋଲି ମତ ରଖିଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ ।  ଖଣ୍ଡପୀଠ କହିଛନ୍ତି ଏ ସମ୍ପର୍କରେ କହିବା ଏହା ସମୟ ନୁହେଁ ।  ଆତଙ୍କବାଦର ବିଲୋପ ପାଇଁ ପୁରା ଦେଶବାସୀଙ୍କ ସହଯୋଗ ରହିବା ଉଚିତ।

ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଏମିତି କିଛି ପ୍ରାର୍ଥନା କରି ସାମରିକ ବାହିନୀର ମନୋବଳ ଭାଙ୍ଗିବା ଉଚିତ ନୁହେଁ ।  କେନ୍ଦ୍ରଶାସିତ ଅଞ୍ଚଳ ବାହାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗରେ ହାଇକୋର୍ଟରେ ଆବେଦନ କରି ପାରିବେ ବୋଲି ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ।  ପୂର୍ବରୁ ସୁପ୍ରିମକୋର୍ଟଙ୍କ ଫୁଲ ବେଞ୍ଚ ମଧ୍ୟ ଏହି ଆତଙ୍କବାଦ ଆକ୍ରମଣ ଘଟଣାର ନିନ୍ଦା କରିଛନ୍ତି ।

Also read : କଶ୍ମୀର ଜଙ୍ଗଲରେ ଲୁଚିଛି ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କୀ ହାସିମ ମୁସା, ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା