ଦେଶ ବିଦେଶ

ଲାଲକିଲ୍ଲା ଆକ୍ରମଣ ମାମଲାର ଦୋଷୀ ଅଶଫାକକୁ ଫାଶୀ ଦଣ୍ଡାଦେଶ କାଏମ, ପୁନଃବିଚାର ଯାଚିକାକୁ ଖାରଜ କଲେ ସୁପ୍ରିମକୋର୍ଟ

ଲାଲକିଲ୍ଲା ଆକ୍ରମଣ ମାମଲାରେ ଦୋଷୀ ହୋଇଥିବା ମୋହମ୍ମଦ ଆରିଫ ଓରଫ ଅଶଫାକ୍‌ଙ୍କୁ ଫାଶୀ ଦଣ୍ଡାଦେଶ କାଏମ ରଖିଛନ୍ତି ସୁପ୍ରିମ କୋର୍ଟ। କୋର୍ଟ ପୁନଃବିଚାର ଯାଚିକାକୁ ଖାରଜ କରିଛନ୍ତି। ଲସ୍କର-ଏ-ତୋଏବା ଆତଙ୍କବାଦୀ ଏବଂ ପାକିସ୍ତାନୀ ନାଗରିକ ଆରିଫଙ୍କୁ ୨୦୧୧ରେ ସୁପ୍ରିମ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଏହି ଆକ୍ରମଣରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରେ ୨ ଜଣ ଯବାନ ମଧ୍ୟ ଥିଲେ। ଏହି ଆକ୍ରମଣ ୨୦୦୦ ମସିହାରେ ୨୨ ଡିସେମ୍ବରରେ ହୋଇଥିଲା।

ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଲଲିତ ଏବଂ ଜଷ୍ଟିସ ବେଲା ଏ ତ୍ରିବେଦୀଙ୍କ ଏକ ପୀଠ କହିଛନ୍ତି, ‘ଇଲେକ୍ଟ୍ରାନିକ ରେକର୍ଡ’ ଉପରେ ବିଚାର କରିବା ଆବେଦନକୁ ସ୍ୱୀକାର କରିଛନ୍ତି। ଆମେ ସେହି ଆବେଦନକୁ ସ୍ୱୀକାର କରୁଛୁ କି, ଏହି ରେକର୍ଡ ଆଧାରରେ ବିଚାର କରାଯିବ ଉଚିତ। ଆଉ ଏହି ଆଧାରରେ ଆରିଫ ଦୋଷୀ ସାବ୍ୟସ୍ତ ହେହାଇଛନ୍ତି। ତେଣୁ ଅଦାଲତ ଏହି ନିଷ୍ପତ୍ତିକୁ କାଏମ ରଖି ପୁନଃବିଚାର ଯାଚିକାକୁ ଖାରଜ କରିଛନ୍ତି।

୨୦୦୦ ମସିହାରେ ଲାଲକିଲ୍ଲା ଆକ୍ରମଣ ପରେ ପୋଲିସ ଫୋନ ରେକର୍ଡ ଆଧାରରେ ଅଶଫାକ୍‌କୁ ଗିରଫ କରିଥିଲା। ଅସଫାକ୍‌ ନିଜ ଦୋଷ ମଧ୍ୟ ସ୍ୱୀକାର କରିଥିଲେ। ଆଉ ସେ ପାକିସ୍ତାନୀ ବୋଲି ମଧ୍ୟ କହିଥିଲେ। ଅସଫାକଙ୍କ ସାଥି ଅବ୍ଦୁଲ ଶମଲ ଏନକାଉଣ୍ଟରରେ ନିହତ ହୋଇଥିଲା। ୨୦୦୫ରେ ନିମ୍ନ ଅଦାଲତ ଭାରତ ବିରୋଧ ଯୁଦ୍ଧ କରିବା ଏବଂ ହତ୍ୟା ଅଭିଯୋଗରେ ତାଙ୍କୁ ଫାଶୀ ଦେଇଥିଲା। ୨୦୦୭ରେ ହାଇକୋର୍ଟ ଏହି ଦଣ୍ଡକୁ ସ୍ୱୀକାର କରିଥିଲେ। ୨୦୧୧ରେ ସୁପ୍ରିମ କୋର୍ଟ ଜଷ୍ଟିସ ବିଏସ ସିରପୁରକର ଅଧ୍ୟକ୍ଷତା ବେଞ୍ଚରେ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ।

୨୦୧୩ରେ ଆରିଫଙ୍କ ରେଭ୍ୟୁ ପିଟିସନ ଏବଂ ୨୦୧୪ କ୍ୟୁରେଟିଭ ଯାଚିକା ଖାରିଜ ହୋଇଥିଲା। ୨୦୧୪ରେ ଅନ୍ୟ ପଇସଲା ଯୋଗୁଁ ତାଙ୍କୁ ଦ୍ୱିତୀୟ ଥର ନିଜ କଥା ରଖିବା ପାଇଁ ସୁଯୋଗ ମିଳିଥିଲା। ତେବେ ଏପର୍ଯ୍ୟନ୍ତ ଆରିଫଙ୍କୁ କେବେ ଫାଶୀ ଦିଆଯିବ ତାହାକୁ ନେଇ ତାରିଖ ଘୋଷଣା କରାଯାଇନାହିଁ। ଗତବର୍ଷ ଜଷ୍ଟିସ ଉଦୟ ଉମେଶ ଲଳିତ, ଏସ ରବିନ୍ଦ୍ର ଏବଂ ବେଲା ଏମ ତ୍ରିବେଦୀଙ୍କ ଦ୍ୱାରା ଗଠିତ ହୋଇଥିବା ବେଞ୍ଚ ଏହି ମାମଲାରେ ଶୁଣାଣି କରି ମାମଲାକୁ ସୁରକ୍ଷିତ ରଖିଥିଲେ।

Swagatika

Recent Posts

ଜୁନ ଅଧା ସରିଲାଣି ମୌସୁମୀର ଦେଖା ମିଳୁନି, ଗରମ ଓ ଗୁଳୁଗୁଳିରେ ସିଝୁଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର (କେନ୍ୟୁଜ): ପ୍ରାକ୍ ମୌସୁମୀ ବର୍ଷା ବଦଳରେ ବହୁଛି ଝାଞ୍ଜି ପବନ ।  ଜୁନ ମାସ ଅଧା ସରିଲାଣି, ତଥାପି…

10 mins ago

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ପିଏମ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି

ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ପିଏମ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

14 mins ago

ଆଜି ପୁଣି କମିଲା ପେଟ୍ରୋଲ ଦର, ବାଇକ ଆରୋହୀଙ୍କୁ ଆଶ୍ବସ୍ତି

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

23 mins ago

ବଡ଼ ଆଶ୍ବସ୍ତି: ଭାରତୀୟ ବଜାରରେ କମିଲା ସୁନା ଦର

ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ଆଜି ସୁନା କିଣିବାକୁ…

46 mins ago

ଚଳଚଞ୍ଚଳ ଶ୍ରୀମନ୍ଦିର: ଆଜି ଦେବୀ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ

ପୁରୀ (କେନ୍ୟୁଜ); ଆଜି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ବିବାହ ଉତ୍ସବ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ…

1 hour ago

ରାଜ୍ୟରେ କିଛି ସ୍ଥାନରେ ଖୋଲିଲା ସ୍କୁଲ,୧୧ ଜିଲ୍ଲାରେ ୨୦ ଯାଏ ଛୁଟି

ଭୁବନେଶ୍ୱର (କେନ୍ୟୁଜ); ସରିଲା ଗ୍ରୀଷ୍ମ ଅବକାଶ, ଖୋଲିଲା ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି କିଛି…

1 hour ago