ଦୋଷୀ ପବନର କ୍ୟୁରେଟିଭ୍‌ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ, ଫାଶୀ ଆବେଦନ ଖାରଜ ପାଇଁ ହାଇକୋର୍ଟ ଯାଇଛନ୍ତି ଅକ୍ଷୟ ଓ ମୁକେଶ

ନୂଆଦିଲ୍ଲୀ: ଆସନ୍ତାକାଲି ନିର୍ଭୟା ଦୋଷୀଙ୍କୁ ଦିଆଯିବ ଫାଶୀ । ସକାଳ ୫ଟା ୩୦ରେ ଫାଶୀ ଦେବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ସେପଟେ ଦୋଷୀ ପବନକୁ ପୁଣି ଝଟ୍‌କା ଲାଗିଛି। ଦୋଷୀ ପବନର କ୍ୟୁରେଟିଭ୍‌ ପିଟିସନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମ୍‌କୋର୍ଟଙ୍କ ୬ ଜଣିଆ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି । ନିଜକୁ ନାବାଳକ କହି କ୍ଷମା ଆବେଦନ କରିଥିଲା ପବନ । ମୃତ୍ୟୁ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ଦର୍ଶାଇଥିଲା। ସେପଟେ ଅକ୍ଷୟ ଓ ମୁକେଶ ହାଇକୋର୍ଟ ଯାଇଛନ୍ତି। ଫାଶୀ ଆବେଦନ ଖାରଜ ଉପରେ ଆଜି ହାଇକୋର୍ଟରେ ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.