UPSC Civil Service Exam: ବୟସ ପାର କରିଯାଇଥିବା ପ୍ରାର୍ଥୀଙ୍କୁ ଶେଷ ସୁଯୋଗ ଦେବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ୟୁପିଏସ୍‌ସି ସିଭିଲ ସର୍ଭିସେଜ୍‌ ପ୍ରିଲିମ୍ସ ୨୦୨୧ର ଏକ୍ସଟ୍ରା ଆଟେମ୍‌ଟ ମାମଲାରେ ସୁପ୍ରିମ୍‌କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ବୟସସୀମା ପାର କରିଯାଇଥିବା ପ୍ରାର୍ଥୀଙ୍କୁ କୌଣସି ରିଲାକ୍ସେସନ୍‌ ମିଳିବ ନାହିଁ। ଏସବୁ ପ୍ରାର୍ଥୀଙ୍କୁ ସୁପ୍ରିମ୍‌କୋର୍ଟ ଆଉ ସୁଯୋଗ ଦେବାକୁ ରୋକ୍‌ଠୋକ୍‌ ମନା କରିଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ଏହି ନିଷ୍ପତ୍ତି ୨୦୦୦ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଝଟ୍‌କା। କରୋନା ଯୋଗୁ ୨୦୨୦ରେ ଏହି ପ୍ରାର୍ଥୀମାନେ ଶେଷ ସୁଯୋଗ ହରାଇଛନ୍ତି। ଆବେଦନକାରୀ ଏହି ବୟସସୀମାକୁ ରିଳାକ୍ସ କରିବାକୁ ଆବେଦନ କରିଥିଲେ। ମାତ୍ର ସରକାର ଏଥିରେ ସହମତି ପ୍ରଦାନ କରିନାହାନ୍ତି।

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ୟୁପିଏସ୍‌ସି ପରୀକ୍ଷାରେ ବୟସ ପାର୍‌ କରିଯାଇଥିବା ପ୍ରାର୍ଥୀଙ୍କୁ ବି ସୁଯୋଗ ଦେବା ଉପରେ ବିଚାର କରିବାକୁ କହିଥିଲେ। କେନ୍ଦ୍ର ମଧ୍ୟ ୟୁପିଏସ୍‌ସି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ଆଉ ଏକ ସୁଯୋଗ ଦେବାକୁ ସହମତି ଜଣାଇଥିଲା। କିନ୍ତୁ ଏଥିସହ କହିଥିଲେ ଯେ ଯେଉଁମାନେ ୨୦୨୦ ପରୀକ୍ଷାରେ ନିଜ ସମସ୍ତ ସୁଯୋଗକୁ ଶେଷ କରିଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଯେଉଁମାନେ ବୟସ ସୀମା ଭିତରେ ଅଛନ୍ତି, କେବଳ ସେମାନଙ୍କୁ ହିଁ ଆଉ ଏକ ସୁଯୋଗ ଦିଆଯାଇପାରିବ।

ସୂଚନାଯୋଗ୍ୟ ଯେ ସିଭିଲ ସର୍ଭିସ ପରୀକ୍ଷାରେ ସାଧାରଣ ବର୍ଗ ପାଇଁ ସର୍ବାଧିକ ବୟସ ୩୨ ବର୍ଷ, ଓବିସିଙ୍କ ପାଇଁ ୩୫ ବର୍ଷ ଓ ଏସ୍‌ସି/ଏସ୍‌ଟି ପାଇଁ ୩୭ ବର୍ଷ ରହିଛି। କିନ୍ତୁ ଏହା ପୂର୍ବରୁ ମଧ୍ୟ ବୟସ ସୀମା ଉପରେ ନିର୍ଦ୍ଦେଶ ବଦଳାଯାଇଥିଲା। ମାତ୍ର ଏଥରକ ସରକାର ରାଜି ହୋଇନାହାନ୍ତି।

Leave A Reply

Your email address will not be published.