ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି
ନୂଆଦିଲ୍ଳୀ : ସୁପ୍ରିମକୋର୍ଟ ପାଇଲେ ୫ ନୂଆ ବିଚାରପତି । ଚିଫ ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ ୫ଜଣ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ୫ଜଣ ବିଚାରପତିଙ୍କ ମଧ୍ୟରେ ଅଛନ୍ତି ରାଜସ୍ଥାନ ହାଇକୋର୍ଟର ଚିଫ ଜଷ୍ଟିସ ପଙ୍କଜ ମିତ୍ତଲ ଓ ପାଟନା ହାଇକୋର୍ଟର ଚିଫ ଜଷ୍ଟିସ ସଞ୍ଜୟ କରୋଲ ।
ସେହିପରି ମଣିପୁର ହାଇକୋର୍ଟର ଚିଫ ଜଷ୍ଟିସ ପିଭି ସଞ୍ଜୟ କୁମାର , ପାଟନା ହାଇକୋର୍ଟର ଚିଫ ଜଷ୍ଟିସ ଅହସାନୁଦ୍ଦିନ ଅମାନହୁଲ୍ଲାହ ଓ ଅହ୍ଲାବାଦ ହାଇକୋର୍ଟର ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ସୁପ୍ରିମକୋର୍ଟଙ୍କ ବିଚାରପତି ଭାବେ ଶଥପ ନେଇଛନ୍ତି ।