ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ । କୃଷି ଆଇନକୁ ସ୍ଥଗିତ ରଖାଯାଉଛି କି ନାହିଁ, କୋର୍ଟ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ଉପରେ ସୁପ୍ରିମକୋର୍ଟ ନିରାଶ ବୋଲି କହିଛନ୍ତି । ସରକାର କାହିଁକି ଆଇନ ଲାଗୁ କରିବା ଜିଦରେ ଅଟଳ । କେନ୍ଦ୍ର ନ କଲେ ଆମେ ସ୍ଥଗିତ କରିବୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

କ’ଣ କଥାବାର୍ତ୍ତା ଚାଲିଛି ଆମେ ଜାଣିପାରୁନୁ । କିଛି ଲୋକ ଆତ୍ମହତ୍ୟା କରୁଛନ୍ତି । ଆନ୍ଦୋଳନରେ ବୃଦ୍ଧ ଓ ମହିଳା ମାନେ ଅଛନ୍ତି । କୃଷି ଆଇନ ଭଲ ବୋଲି ଏପର୍ଯ୍ୟନ୍ତ କୋର୍ଟରେ କୌଣସି ଆବେଦନ ହୋଇନାହିଁ । ଆଇନ ହଟିଲେ ଆନ୍ଦୋଳନ ବନ୍ଦ କରିବେ କି ନାହିଁ ବୋଲି କୃଷକ ସଙ୍ଗଠନକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନ ବେଳେ କୌଣସି ସମୟରେ ହିଂସା ଘଟିପାରେ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଆଜି କୌଣସି ବଡ଼ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

Leave A Reply

Your email address will not be published.