ଇଡିକୁ ଆହୁରି କ୍ଷମତାଶୀଳ କଲେ ସୁପ୍ରିମକୋର୍ଟ, ଏବେ ଲାଞ୍ଚ ନେବାକୁ ମଧ୍ୟ ମନି ଲାଣ୍ଡ୍ରିଙ୍ଗ ଅପରାଧ ଭାବେ ନିଆଯିବ

ସୁପ୍ରିକୋର୍ଟଙ୍କ ଏକ ନିଷ୍ପତ୍ତିକ୍ରମେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ଆହୁରି ଶକ୍ତିଶାଳି କରି ଦିଆଯାଇଛି । ଉଭୟ ବେଞ୍ଚ ତାଙ୍କର ନୂଆ ରାୟରେ କହିଛନ୍ତି, ଲାଞ୍ଚ ନେବା ମଧ୍ୟ ମନି ଲଣ୍ଡ୍ରିଂ ଅପରାଧ ଶ୍ରେଣୀର ଅନ୍ତର୍ଭୁକ୍ତ ହେବ । ଏଭଳି ମାମଲାରେ ଇଡି PMLA ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇ ପାରିବ ।

ନୂଆଦିଲ୍ଲୀ : ସୁପ୍ରିକୋର୍ଟଙ୍କ ଏକ ନିଷ୍ପତ୍ତିକ୍ରମେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ଆହୁରି ଶକ୍ତିଶାଳି କରି ଦିଆଯାଇଛି । ଉଭୟ ବେଞ୍ଚ ତାଙ୍କର ନୂଆ ରାୟରେ କହିଛନ୍ତି, ଲାଞ୍ଚ ନେବା ମଧ୍ୟ ମନି ଲଣ୍ଡ୍ରିଂ ଅପରାଧ ଶ୍ରେଣୀର ଅନ୍ତର୍ଭୁକ୍ତ ହେବ । ଏଭଳି ମାମଲାରେ ଇଡି PMLA ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇ ପାରିବ । ଏପର୍ଯ୍ୟନ୍ତ ଦୁର୍ନୀତି ମାମଲାରେ ପ୍ରବେଂଶନ ଅଫ୍‌ କରପସନ ଆକ୍ଟ ୧୯୮୮ ଧାରା ୭ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଥାଏ ।

ଜଷ୍ଟିସ କୁଷ୍ଣ ମୁରାରୀ ଓ ଜଷ୍ଟିସ ବି ରାମସୁବ୍ରମଣ୍ୟମ୍‌ ଙ୍କ ଖଣ୍ଡପୀଠ ତାମିଲନାଡୁ ସହ ଜଡିତ ଏକ ଦୁର୍ନୀତି ମାମଲାରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଡିଏମକେ ବିଧାୟକ ଓ ତାମିଲନାଡୁ ମନ୍ତ୍ରୀ ସେଣ୍ଟିଲ ବାଲାଜୀଙ୍କ ବିରୋଧରେ ମାମଲାର ଶୁଣାଣି କରୁଥିଲେ । ଅଭିଯୋଗ ଥିଲା ଯେ ୨୦୧୧-୧୫ ମଧ୍ୟରେ ରାଜ୍ୟ ପରିବହନ ନିଗମରେ ହୋଇଥିବା ନିଯୁକ୍ତିରେ ଲାଞ୍ଚ କାରବାର ହୋଇଥିଲା ।

ନିଯୁକ୍ତି ଆଶାୟୀଙ୍କ ଠାରୁ ଏହି ଲାଞ୍ଚ ଆଦାୟ କରାଯାଇଥିଲା । ଏହି ମାମଲରେ ବାଦ ପ୍ରତିବାଦ ପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ଯଦି କେହି ସରକାରୀ କର୍ମଚାରୀ ଲାଞ୍ଚ ନିଅନ୍ତି ତେବେ ସେମାନେ ଇଡି ଅଧୀନରେ ମନି ଲଣ୍ଡ୍ରିଙ୍ଗ ଦଫା ୩ ଅନୁଯାୟୀ ଯାଞ୍ଚ ପରିସରଭୁକ୍ତ ହୋଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.