ସ୍ଥିତି ସାଂଘାତିକ ହେବା ଯାଏଁ ସରକାର କାହିଁକି ଅପେକ୍ଷା କରିଥିଲେ : ସୁପ୍ରିମକୋର୍ଟ

ରାଜଧାନୀର ଦିଲ୍ଲୀର ବାୟୁ ଗୁଣବତ୍ତା ବହୁତ ଖରାପ ରହିଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ପାର୍ କରି ଗଲାଣି । ଏହାକୁ ନେଇ ଦିଲ୍ଲୀ ସରକାର ଓ କେନ୍ଦ୍ରୀୟ ପ୍ରଶାସନଙ୍କୁ କଡ଼ା ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ । ସ୍ଥିତି ସାଂଘାତିକ ହେବା ଯାଏ ସରକାର କାହିଁକି ଅପେକ୍ଷା କରିଥିଲେ ତାହା ପଚାରିଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ନିର୍ଦ୍ଦେଶ ନ ହେବା ଯାଏ ଦିଲ୍ଲୀରେ GRAP-୪ ବଳବତ୍ତର ରହିବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ସରକାର କାହିଁକି ସାଙ୍ଘାତିକ ପରିସ୍ଥିତି ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ, ପୂର୍ବରୁ (GRAP) ଲାଗୁ କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ଦିଲ୍ଲୀରେ GRAP-୪ ବଳବତ୍ତର ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଲଗାତାର ଭାବେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାୟୁ ଗୁଣବତ୍ତା ନିମ୍ନସ୍ତରକୁ ଖସିବା ପରେ ଆଜି GRAP-୪ ଲାଗୁ କରାଯାଇଛି । ଗ୍ରାପ-୪ ଲାଗୁ ହେବା ପରେ ପ୍ରଦୂଷଣ ସ୍ତର ଗମ୍ଭୀର ସ୍ଥିତିରେ ଦେଖି କଡା ପଦକ୍ଷେପ ନିଆଯାଇଛି ।

କାହାକୁ ମିଳିବନି ଅନୁମତି :

ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ । ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ ।

BS-4 କିମ୍ବା ତାଠୁ କମ୍ ମାନକ ଡିଜେଲ ଚାଳିତ ମିଡିୟମ୍ ଗୁଡସ୍ ଭେଇକିଲ୍ ଓ ହେଭି ଗୁଡସ୍ ଭେଇକିଲ୍ ଉପରେ ପ୍ରତିବନ୍ଧକ ରହିବ । ଏଥିପାଇଁ ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ଗତ ରାତିରୁ ଚେକିଂକୁ କଡ଼ାକଡ଼ା କରାଯାଇଛି ।

ଦିଲ୍ଲୀ-ଏନସିଆରରେ ସମସ୍ତ ନିର୍ମାଣ ଓ ଭଙ୍ଗା କାର୍ଯ୍ୟ ବନ୍ଦ ରହିବ ।

ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ବାକି ସମସ୍ତ କ୍ଲାସ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ । ଅନଲାଇନ୍ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି ।

ସରକାରୀ ଓ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ୍ ହୋମ୍ କରିବାକୁ କୁହାଯାଇଛି ।

କାହାକୁ ଦିଆଯିବନି ଅନୁମତି :

କେବଳ ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ ।

ସିଏନଜି ଏବଂ ବିଏସ ୬ ଡିଜେଲ ଗାଡିକୁ ଅନୁମତି ।

ହସପିଟାଲ, ଚିକିତ୍ସା ସୁବିଧା, ଅନ୍ୟ ଜରୁରୀକାଳୀନ ସେବା ।

ସଫାସୁତରା ପାଇଁ ପ୍ରୋଜେକ୍ଟ କାମ ଜାରି ରହିବ ।

ରିଟେଲ ଦୋକାନ, ଫାର୍ମାସୀ, ପେଟ୍ରୋଲ ପମ୍ପ, ରାଶନ ବିତରଣ କେନ୍ଦ୍ର ଭଳି ସେବା ଖୋଲା ରହିବ ।

ମେଟ୍ରୋ, ବସ୍, ଟ୍ୟାକ୍ସି ସେବା ଜାରି ରହିବ ।

ବିଦ୍ୟୁତ, ପାଣି ସେବା ମଧ୍ୟ ଖୋଲା ରହିବ ।

ଏହାପୂର୍ବରୁ ଅକ୍ଟୋବର ୧୪ ତାରିଖରେ ଗ୍ରେପ୍-୧, ଅକ୍ଟୋବର ୨୧ରେ ଗ୍ରେପ୍-୨ ଏବଂ ନଭେମ୍ବର ୧୪ ତାରିଖରେ ଗ୍ରେପ୍-୩ ଲାଗୁ ହୋଇଥିଲା ।

You might also like