କର୍ଣ୍ଣାଟକ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

କର୍ଣ୍ଣାଟକ(କେନ୍ୟୁଜ୍): କର୍ଣ୍ଣାଟକ ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗୃହୀତ ହୋଇନଥିବା ବେଳେ ଏହି ପ୍ରସଙ୍ଗରେ ମଙ୍ଗଳବାର ଦିନ ଯାଏ ସ୍ଥିତାବସ୍ଥା ବଜାୟ ରଖିବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପୂର୍ବରୁ ୧୦ ବିଦ୍ରୋହୀ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତକାଲି ଆଉ ୫ ଜଣ ବିଧାୟକ ସୁପ୍ରିମକୋର୍ଟ ଯାଇଛନ୍ତି।

ଆଜି ଏହି ୧୫ ବିଧାୟକଙ୍କ ଆବେଦନ ଉପରେ ଶୁଣାଣି ହେବ। ସେପଟେ ଆସନ୍ତା ଗୁରୁବାର କର୍ଣ୍ଣାଟକ ବିଧାନସଭାରେ ଶକ୍ତି ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ଦିନ ୧୧ଟାରେ ଗୃହରେ ଆସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ । ଏହାପରେ ଭୋଟିଂ କରାଯିବ । ଗତ ଶୁକ୍ରବାର ଦିନ ଆସ୍ଥା ଭୋଟ ପାଇଁ ସମୟ ଧାର୍ଯ୍ୟ ପାଇଁ ବାଚସ୍ପତିଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ୱାମୀ। ହେଲେ ବିଧାନସଭା ଏଜେଣ୍ଡା ଧାର୍ଯ୍ୟ କରୁଥିବା ପ୍ୟାନେଲ ବୈଠକ ପରେ ଗୁରୁବାର ଆସ୍ଥା ଭୋଟ ପାଇଁ ନିଷ୍ପତ୍ତି ହୋଇଛି। କଂଗ୍ରେସ-ଜେଡିଏସ୍‌ ମେଣ୍ଟରୁ ୧୬ ଓ ୨ ଜଣ ସ୍ୱାଧୀନ ବିଧାୟକଙ୍କ ଇସ୍ତଫା ପରେ ସରକାର ସଂକଟରେ ଅଛି । ସେପଟେ ମୁମ୍ବାଇର ଏକ ହୋଟେଲ୍‌ରେ ଥିବା ବିଦ୍ରୋହୀ ବିଧାୟକଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯିବା ସହ ସୁରକ୍ଷାକୁ ବଢ଼ାଇ    ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.