ନିଃସନ୍ତାନ ହିନ୍ଦୁ ବିଧବା ମହିଳାଙ୍କ ମୃତ୍ୟୁ ପରେ ସମ୍ପତ୍ତି କାହାର ହେବ ? ଚିନ୍ତାରେ ସୁପ୍ରିମ କୋର୍ଟ

୨୦୦୧ ମସିହା ମାର୍ଚ୍ଚ ମାସରେ ନାରୀ ସଶକ୍ତିକରଣକୁ ନେଇ ଭାରତରେ ଏକ ଐତିହାସିକ ପଦକ୍ଷେପ ନିଆଯାଇଥିଲା । ଲିଙ୍ଗ ଗତ କ୍ଷେତ୍ରରେ ସମସ୍ତ ତାରତମ୍ୟକୁ ଦୂର କରାଯାଇ ସମାନତା ଆଇନ ଅଣା ଯାଇଥିଲା । କିନ୍ତୁ ଏହାର ଠିକ ୨୦ ବର୍ଷ ପରେ ବି ୬୫ ବର୍ଷ ପୁରୁଣା ଏକ ଆଇନ ହିନ୍ଦୁ ମହିଳାଙ୍କ ସମ୍ପତ୍ତି ଅଧିକାର ଉପରେ ତାରତମ୍ୟ ରଖିଆସୁଛି । ଆଉ ଏବେ ସୁପ୍ରିମକୋର୍ଟଙ୍କ ନିକଟରେ ଏହି ମାମଲାର ଶୁଣାଣି ହେବାକୁ ଯାଉଛି । ଏହାକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରକୁ ୪ ସପ୍ତାହ ଭିତରେ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ଏକ ଶୁଣାଣିରେ ସୁପ୍ରିମ କୋର୍ଟ କହିଛନ୍ତିକି ଦୀର୍ଘ ବର୍ଷ ଧରି ଚାଲି ଆସିଥିବା ଏହି ସବୁ ଆଇନରେ ଥିବା ସବୁ ତ୍ରୁଟିକୁ ସୁଧାରି ନେବା ଆବଶ୍ୟକ । ସଂସଦ କ୍ଷେତ୍ରରେ ନୂଆ ଆଇନ ଆଣି ହେଉ ଅବା ଅଦାଲତ ଜରିଆରେ ହେଉ ନୂଆ ଆଇନ ନେଇଆସିବା ଆବଶ୍ୟକ ।

ଜଷ୍ଟିସ ଡ଼ି ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ବୋପାନାଙ୍କୁ ନେଇ ଏକ ଖଣ୍ଡପୀଠଙ୍କ ନିକଟରେ ଆମିକସ କ୍ୟୁରି ବା କୋର୍ଟ ମିତ୍ର ମିନାକ୍ଷୀ ଲେଖି ହିନ୍ଦୁ ତ୍ତରାଧିକାର ଆଇନରେ ଥିବା ଅସମାନତା ଗୁଡିକୁ ଉପସ୍ଥାପନା କରିଛନ୍ତି । ଆଇନ ଅନୁଯାୟୀ ଯଦି କୌଣସି ନିଃସନ୍ତାନ ବିବାହିତା ପୁରୁଷଙ୍କର ଅକସ୍ମାତ ମୃତ୍ୟୁ ହୋଇଯାଏ ତେବେ ତାଙ୍କର ସମସ୍ତ ସମ୍ପତ୍ତି ତାଙ୍କ ମାତାପିତାଙ୍କ ଅକ୍ତିଆରକୁ ଚାଲିଯାଏ । କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଏହି ଆଇନ ଲାଗୁ କରାଯାଏ ନାହିଁ । କୌଣସି ନିଃସନ୍ତାନ ବିଧବାଙ୍କ ମୃତ୍ୟୁ ପରେ ତାଙ୍କ ସମସ୍ତ ସମ୍ପତ୍ତି ତାଙ୍କ ପିତାମାତାଙ୍କ ବଦଳରେ ତାଙ୍କ ସ୍ୱାମୀଙ୍କ ପିତାମାତା ତଥା ବନ୍ଧୁବାନ୍ଧବଙ୍କୁ ମିଳିଥାଏ । ଯେବେକି ମହିଳାଙ୍କ ସମ୍ପତ୍ତି ଉପରେ ତାଙ୍କ ବାପଘରର ହିଁ ଅଧିକାର ରହିବା ଉଚିତ ।

ଆଉ ମଧ୍ୟ ନିଃସନ୍ତାନ ବିଧବା ଜଣଙ୍କର ମୃତ୍ୟୁ ପରେ ତାଙ୍କ ମାତା କିମ୍ବା ରକ୍ତ ସମ୍ପର୍କୀୟଙ୍କ ତରଫରୁ ମିଳିଥିବା ସମସ୍ତ ଉପହାର ଉପରେ ବି ତାଙ୍କ ସ୍ୱାମୀଙ୍କ ପରିବାର ଲୋକଙ୍କ ଅଧିକାର ରହିଆସିଛି । ଏହି ସବୁଥିରେ ନାରୀଙ୍କ ପ୍ରତି ଭେଦଭାବ ନୀତି ଆପଣାଉଯାଉଥିବା ନେଇ ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବାବଦରେ ମନ୍ତବ୍ୟ ଦେଇଛନ୍ତିକି ଉତ୍ତରାଧିକାର ଆଇନକୁ ନେଇ କୋର୍ଟ ଦେଇଥିବା ଏହି ରାୟ ନିହାତି ରୂପେ ଚିନ୍ତାଜନକ । ଆଉ ଏଥିରେ ସଂସଦର ମଧ୍ୟ ହସ୍ତକ୍ଷେପର ଆବଶ୍ୟକତା ରହିଛି । ମେହେଟାଙ୍କ ଏହି ଉକ୍ତିରେ ସହମତି ଜଣାଇ କୋର୍ଟ କହିଛନ୍ତିକି ଆଇନରେ ରହିଆସିଥିବା ଏହି ତ୍ରୁଟି ସବୁକୁ ତୁରନ୍ତ ସୁଧାରି ନେବା ଆବଶ୍ୟକ । ସମ୍ପତ୍ତି ମା’ଙ୍କ ତରଫରୁ ମିଳୁ ଅବା ପିତାଙ୍କ ତରଫରୁ ଏହି ଦୁଇ ମାମଲାରେ ଉତ୍ତରାଧିକା ଦାୟିତ୍ୱ ପିତାଙ୍କ ଉତ୍ତରାଧକାରିଙ୍କୁ ହିଁ ମିଳିଥାଏ ।

Leave A Reply

Your email address will not be published.