ନିଟ୍‌ ମାମଲାରେ ଏନଟିଏକୁ ଜବାବ ମାଗିଲେ ସୁପ୍ରିମକୋର୍ଟ, ହେରଫେର ହୋଇଥିଲେ ସମୟ ପୂର୍ବରୁ ସୁଧାରନ୍ତୁ

ନିଟ୍‌ ପରୀକ୍ଷାକୁ ନେଇ ଉଠିଥିବା ବିବାଦ ଥମିବାରେ ନାଁ ଧରୁନି । ଆଜି ପୁଣି NEET ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କେନ୍ଦ୍ର ଓ ଏନଟିଏକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଜୁଲାଇ ୮ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନିୟମିତତା ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ଆବଶ୍ୟକ ବୋଲି ସବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଭୁଲ୍ ହୋଇଥିଲେ ଶୀଘ୍ର ସୁଧାର ବୋଲି କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ୦.୦୦୧ ପ୍ରତିଶତ ଅସାବଧାନତା ହୋଇଥିଲେ ବି ତାକୁ ହାଲକା ଭାବେ ନିଅନି ବୋଲି କୋର୍ଟ କହିଛନ୍ତି । ଏହା ଲକ୍ଷ ଲକ୍ଷ ପିଲାଙ୍କ ଭିବଷ୍ୟତ ସହିତ ଜଡିତ ମାମଲା । ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପରିଶ୍ରମକୁ ଅଣଦେଖା କରିହେବନି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । NEET-UG ପରୀକ୍ଷାରେ ହୋଇଥିବା କାଗଜପତ୍ର ଲିକ୍ ଏବଂ ଅନିୟମିତତା ସମ୍ପର୍କିତ ପିଟିସନ ଉପରେ ଜବାବ ମାଗିଛନ୍ତି । ତେବେ ଏନଟିଏ ଉଚିତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୁପ୍ରିମକୋର୍ଟ ଆଶା ବ୍ୟକ୍ତ କରିଛନ୍ତି ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ ସୀ- ଏନଟିଏ ଦେଶର ତିନି ପ୍ରମୁଖ ପରୀକ୍ଷା ନିଟ୍, ଜେଇଇ ଓ ସିୟୁଇଟି ପରିଚାଳନା କରିଥାଏ । ନିଟ ମାଧ୍ୟମରେ ଦେଶରେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥାଏ । ଚଳିତ ବର୍ଷ ମେ ୫ ତାରିଖରେ ଦେଶର ୪୭୫୦ ପରୀକ୍ଷା କେନ୍ଦ୍ରରେ ୨୪ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ନିଟ ପରୀକ୍ଷା ଦେଇଥିଲେ । ଜୁନ ୧୪ ପରିବର୍ତ୍ତେ ଜୁନ ୪ରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ୨୦୨୩ ମସିହାରେ ମାତ୍ର ୨ ଜଣ ପରୀକ୍ଷାର୍ଥୀ ୭୨୦ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ । ଚଳିତ ବର୍ଷ ୬୭ ଜଣ ଶତ ପ୍ରତିଶତ ନମ୍ବର ରଖିବା ପରେ ପୂରା ପରୀକ୍ଷା ପକ୍ରିୟା ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା ।

ଯଦି ପରୀକ୍ଷାରେ ପ୍ରକୃତରେ ହେରଫେର୍ ହୋଇଥାଏ ତେବେ ଏହାକୁ ସମୟ ପୂର୍ବରୁ ସୁଧାରନ୍ତୁ । NTA ଜୁଲାଇ ୮ ତାରିଖରେ ପ୍ରସ୍ତୁତି ହୋଇ କୋର୍ଟ ସାମ୍ନାରେ ହାଜର ହୁଅନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

କେନ୍ଦ୍ର ସରକାର ଏବଂ ଏନଟିଏ ଗତ ଶୁଣାଣିରେ ସୁପ୍ରିମକୋର୍ଟଙ୍କୁ କହିଥିଲେ କି, ଏମବିବିଏସ୍‌ ଏବଂ ଏଭଳି ଅନ୍ୟ ପାଠ୍ୟକ୍ରମ ପ୍ରବେଶ ପାଇଁ ପରୀକ୍ଷା ଦେଇଥିବା ୧,୫୬୩ ପ୍ରାର୍ଥୀଙ୍କୁ ଦିଆଯାଇଥିବା ଗ୍ରେସ୍‌ ନମ୍ବର ରଦ୍ଦ କରାଯାଇଛି । ଏହାକୁ ନେଇ କେନ୍ଦ୍ର ସରକାର କହିଛନ୍ତି, ଯେଉଁ ପିଲାମାନଙ୍କର ଗ୍ରେସ ମାର୍କ କଟିଛି, ସେମାନେ ଆଉଥରେ ପରୀକ୍ଷା ଦେବେ, ନଚେତ ଗ୍ରେସ ମାର୍କ ହରାଇବେ । ୨୩ ଜୁନ୍‌ରେ ଆଉ ଥରେ ପରୀକ୍ଷା ହେବ । ନଚେତ ଯେତିକି ମାର୍କ ରଖିଥିଲେ, ସେହି ମାର୍କ ଆଧାରରେ ମେଡିକାଲ କଲେଜରେ ଆଡମିଶନ ପାଇଁ କାଉନସିଲିଂରେ ଭାଗ ନେବେ । ଏହାର ଫଳାଫଳ ୩୦ ଜୁନରେ ପ୍ରକାଶିତ ହେବ ।

Leave A Reply

Your email address will not be published.