ଜମ୍ମୁ କଶ୍ମୀରରୁ ୩୭୦ ଉଚ୍ଛେଦ ମାମଲାର ହେବ ଶୁଶାଣି, କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନୋଟିସ୍‌ ଜାରି

ଭୁବନେଶ୍ବର (କେନ୍ୟୁଜ୍): ସୁପ୍ରିମ କୋର୍ଟରେ ହେବ ଜମ୍ମୁକଶ୍ମୀରରୁ ୩୭୦ ଉଚ୍ଛେଦ ମାମଲାର ଶୁଶାଣି । ଏ ନେଇ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟ ନୋଟିସ୍‌ ଜାରି କରିଛନ୍ତି । ଧାରା ୩୭୦ର ବୈଧତା ନେଇ ସମସ୍ତ ଆବେଦନର ଶୁଣାଣି କରିବେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଅକ୍ଟୋବର ପ୍ରଥମ ସପ୍ତାହରେ ମାମଲାର ଶୁଣାଣି ଆରମ୍ଭ ହେବ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗଣମାଧ୍ୟମର ସ୍ୱାଧୀନତା ନେଇ କେନ୍ଦ୍ର ଓ ଜମ୍ମୁ କଶ୍ମୀର ସରକାରଙ୍କୁ ନୋଟିସ ଜାରି ହୋଇଛି । ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ ।