ବଦଳିବ କି ଫାଶୀ ମୃତ୍ୟୁଦଣ୍ଡ, ବିକଳ୍ପ ଖୋଜିବାକୁ ଏକ୍ସପର୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ

ଦେଶରେ ଚାଲିଆସୁଥିବା ମୃତ୍ୟୁଦଣ୍ଡ ଭାବେ ଫାଶୀର ବିକଳ୍ପ ଖୋଜିବା ପାଇଁ ଏକ ଏକ୍ସପର୍ଟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ । ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ ଫାଶୀ ବଦଳରେ ଅନ୍ୟ ଯେଉଁସବୁ ସହଜ ବିକଳ୍ପ ରହିଛି ସେଥିରୁ କେଉଁ ଉପାୟକୁ ଗ୍ରହଣ କରାଯିବ ଏବଂ ଫାଶୀ ନେଇ ହୋଇଥିବା ରିସର୍ଚ୍ଚ ସମ୍ପର୍କରେ ତଥ୍ୟ ରଖିବା ପାଇଁ ଆଟର୍ଣ୍ଣି ଜେନେରାଲଙ୍କୁ ସମୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସୁପ୍ରିମ୍‌କୋର୍ଟରେ ଆଇନଜୀବୀ ଋଷି ମଲହୋତ୍ରା ଫାଶୀର ବିକଳ୍ପ ବାହାର କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଫାଶୀ ବ୍ୟବସ୍ଥା ଅତ୍ୟନ୍ତ ନିଷ୍ଠୁର ଓ ଯନ୍ତ୍ରଣାଦାୟକ ଥିବାରୁ ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ସୁପ୍ରିମ କୋର୍ଟରେ ମାମଲା ଦାଏର ହୋଇଥିଲା ।

ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ ଫାଶୀ ବଦଳରେ ବିଷ ଇଂଜେକ୍ସନ ପ୍ରୟୋଗ କରିବା, ଗୁଳି ମାରିବା କିମ୍ବା ବିଦ୍ୟୁତ ଝଟ୍‌କା ଦେବା ଆଦି ବିକଳ୍ପରୁ କୌଣସିକୁ ଗ୍ରହଣ କରିବା ପାଇଁ ଦାବି ରଖିଛନ୍ତି ଋଷି ମଲହୋତ୍ରା ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.