ମହାରାଷ୍ଟ୍ରରେ କଣ ହେବ ସରକାରଙ୍କ ଭବିଷ୍ୟତ? ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ, ଆସନ୍ତାକାଲି ଶୁଣାଣି

ନୂଆଦିଲ୍ଲୀ: ଅନ୍ତ ହେଉନି ମହାରାଷ୍ଟ୍ର ମହାନାଟକ। ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନ ପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ତିନିଜଣିଆ ଖଣ୍ଡପୀଠ। ଆସନ୍ତାକାଲି ଦିନ ୧୦ଟା ୩୦ରେ ରାୟ ଶୁଣାଇବେ ସର୍ବୋଚ୍ଚ ନ୍ୟାୟାଳୟ। ତିନି ଜଣିଆ ଖଣ୍ଡିପୀଠ ଶୁଣାଣି କରିଥିଲେ। ଏହା ପୂର୍ବରୁ ଆଜି କୋର୍ଟରେ ସମସ୍ତ ପକ୍ଷ ମଧ୍ୟରେ ଘମାସାନ ଯୁକ୍ତି ହୋଇଥିଲା। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ରାଜ୍ୟପାଳଙ୍କ ଚିଠି ସୁପ୍ରିମକୋର୍ଟରେ ପ୍ରଦାନ କରିଥିଲେ। ଚିଠିରେ ୫୪ NCP ବିଧାୟକ ଓ ୧୦୫ BJP ବିଧାୟକଙ୍କ ଦସ୍ତଖତ ରହିଥିବା ଦର୍ଶାଇଥିଲେ। ସେପଟେ ଶିବସେନା ଓ ଏନସିପି ପକ୍ଷରୁ ଆଜି ହିଁ ଆସ୍ଥା ଭୋଟର ପ୍ରମାଣ ପାଇଁ ଦାବି କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.