ଅନୀଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା, ୪ ସପ୍ତାହରେ ୪୫୩ କୋଟି ଦିଅ ନହେଲେ ଜେଲ୍

ଦିଲ୍ଲୀ(କେନ୍ୟୁଜ୍) : ଇଲାଏନ୍ସ ଗ୍ରୁପ ମୁଖ୍ୟ ଅନୀଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା । ଅନୀଲ ଅମ୍ବାନୀ ଓ ଅନ୍ୟ ୨ ନିର୍ଦ୍ଦେଶକଙ୍କୁ ଏରିକ୍ସନ ଇଣ୍ଡିଆକୁ ୪୫୩ କୋଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୪ ସପ୍ତାହ ମଧ୍ୟରେ ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟଙ୍କା ପଇଠ ନକଲେ ତିନି ମାସ ଜେଲ ଯିବାକୁ ପଡ଼ିବ । ସେହିପରି କୋର୍ଟ ପ୍ରତ୍ୟେକଙ୍କ ଉପରେ ଏକ କୋଟି ଟଙ୍କାର ଜରିମାନା କରିଛନ୍ତି । ଏକ ମାସ ମଧ୍ୟରେ ଜରିମାନ ନଦେଲେ ଏକ ମାସ ଜେଲ ଦଣ୍ଡ ମିଳିବ । ଅନୀଲ ଆମ୍ବାନୀଙ୍କ କମ୍ପାନୀ ଏରିକ୍ସନ ଇଣ୍ଡିଆ ଉପରେ ୫୫୦ କୋଟି ଟଙ୍କା ବାକି ପଡ଼ିଛି । କୋର୍ଟ କହିଛନ୍ତି ୪ ସପ୍ତାହ ମଧ୍ୟରେ ୪୫୩ କୋଟି ଦେବାକୁ ପଡ଼ିବ ।