କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କଏଦୀ ମାନଙ୍କୁ ପାରୋଲ କିମ୍ବା ଜାମିନ୍ରେ ଛାଡିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କଏଦୀ ମାନଙ୍କୁ ପାରୋଲ କିମ୍ବା ଜାମିନ୍ରେ ଛାଡିବାକୁ ନିର୍ଦ୍ଦେଶ। ଜେଲ୍ ଭିତରେ ଏକା ସହ ବହୁ ସଂଖ୍ୟାରେ କଏଦୀ ରହୁଥିବାରୁ ସେମାନେ କୋରାନାରେ ଆକ୍ରାନ୍ତ ହେବା ଆଶଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜେଲ୍ଗୁଡିକରୁ କଏଦୀ ସଂଖ୍ୟା ହ୍ରାସ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ କଏଦୀମାନଙ୍କୁ ୭ବର୍ଷ କିମ୍ବା ତାଠାରୁ କମ୍ ଦଣ୍ଡ ଦିଆଯାଇଛି ସେମାନେ ପାରୋଲ କିମ୍ବା ଅନ୍ତରୀଣ ଜାମିନରେ ଯାଇପାରିବେ। ଏଥିପାଇଁ ପ୍ରତି ରାଜ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ଅଦାଲତ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ନିଷ୍ପତ୍ତି ନେବ କେଉଁ କଏଦୀଙ୍କୁ ପାରୋଲ ବା ଜାମିନ୍ ଦିଆଯିବ।