ତିରୁପତି ଲଡୁ ବିବାଦ: ନୂଆ SIT ଗଠନ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ, ତଦନ୍ତ କରିବେ ୫ ଅଧିକାରୀ

ତିରୁପତି ଲଡୁ ବିବାଦରେ ସୁପ୍ରିମ୍‌କୋର୍ଟ ନୂଆ ଏସ୍‌ଆଇଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଜଣ ସିବିଆଇ ଅଫିସର, ଆନ୍ଧ୍ର ପୋଲିସର ଦୁଇ ଜଣ ଅଧିକାରୀ ଏବଂ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷଙ୍କ ଜଣେ ବରିଷ୍ଠ ଅଫିସରଙ୍କୁ ନେଇ ଏସ୍‌ଆଇଟି ଗଠନ କରାଯିବ ।

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ବି. ଆର. ଗଭାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ତଦନ୍ତ କରୁଥିବା ରାଜ୍ୟ ସରକାରଙ୍କ ଏସ୍‌ଆଇଟି ବଦଳରେ ନୂଆ ଏସ୍‌ଆଇଟି ଗଠନ କରାଯିବ । ସିବିଆଇ ନିର୍ଦ୍ଦେଶକ ତଦନ୍ତର ତଦାରଖ କରିବେ ।

ତିରୁପତିଙ୍କ ଲଡୁରେ ପଶୁ ଚର୍ବି ବ୍ୟବହାର ନେଇ ଅଭିଯୋଗ ହୋଇଥିଲା । ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଦ୍ୱାରା ପ୍ରସ୍ତୁତ ଲଡୁରେ ପଶୁ ଚର୍ବି ଓ ମାଛ ତଲେ ବ୍ୟବହାର ହେଉଥିବାର ଅଭିଯୋଗ ପରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା ।

ଲଡୁ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଅନେକ ଆବେଦନ କରାଯାଇଥିଲା । ଜଷ୍ଟିସ ବି. ଆର. ଗଭାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ଆବେଦନ ଶୁଣାଣି କରି ନୂଆ ଯାଞ୍ଚ ଟିମ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ନିରୀକ୍ଷଣରେ ତଦନ୍ତ କରିବ ସ୍ୱାଧୀନ ଏସ୍‌ଆଇଟି ।