ଦେଶ ବିଦେଶ

୧୪ ବର୍ଷର ଦୁଷ୍କର୍ମ ପୀଡ଼ିତା ୩୦ ସପ୍ତାହର ଗର୍ଭବତୀ, ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମ୍‌କୋର୍ଟ

ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ଗର୍ଭପାତ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଗର୍ଭପାତ ହେବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି । କୋର୍ଟ ତାଙ୍କୁ ୩୦ ସପ୍ତାହରେ ଗର୍ଭପାତ କରାଇବାକୁ ଅନୁମତି ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏହା ଏକ ଦୁଷ୍କର୍ମ ମାମଲା ଏବଂ ଏଥିସହିତ ପୀଡିତାଙ୍କୁ ୧୪ ବର୍ଷ ବୟସ । ଏପରି ଅସାଧାରଣ ମାମଲାକୁ ଦୃଷ୍ଟିରେ ରଖି ଗର୍ଭପାତ ପାଇଁ ଅନୁମତି ଦିଆଯାଇଛି ।

ସିଜେଆଇ ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ବେଞ୍ଚ ପୀଡ଼ିତାଙ୍କ ମେଡିକାଲ୍‌ ରିପୋର୍ଟ ଦେଖିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ମୁମ୍ବାଇ ହସ୍ପିଟାଲର ରିପୋର୍ଟରେ କୁହାଯାଇଥିଲା ଯେ ନାବାଳିକାଙ୍କ ଗର୍ଭପାତ କରାଯିବା ଉଚିତ୍ । ସୂଚନା ମୁତାବକ, ମହାରାଷ୍ଟ୍ରର ଜଣେ ୧୪ ବର୍ଷୀୟା ଦୁଷ୍କର୍ମ ପୀଡିତା ସୁପ୍ରିମକୋର୍ଟଙ୍କଠାରୁ ଗର୍ଭପାତ ପାଇଁ ଅନୁମତି ମାଗିଥିଲେ । ଏପ୍ରିଲ ୧୯ ଅପରାହ୍ନ ୪ଟା ୩୦ରେ କୋର୍ଟ ଏହି ମାମଲାର ଜରୁରୀ ଶୁଣାଣି କରିଥିଲେ ।

ସିଜେଆଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଜେ.ବି. ପାରଦୀୱାଲାଙ୍କ ବେଞ୍ଚ ଏହି ମାମଲାରେ ସ୍ୱତନ୍ତ୍ର ଶୁଣାଣି କରିଥିଲେ । ବେଞ୍ଚକୁ ସାହାଯ୍ୟ କରିବା ପାଇଁ ଏଏସ୍‌ଜି ଐଶ୍ୱର୍ଯ୍ୟା ଭାଟି ଉପସ୍ଥିତ ଥିଲେ । ତେବେ ନାବାଳିକାଙ୍କ ମାଆ ଯେଉଁ ଆବେଦନ ଦାଖଲ କରିଥିଲେ, ସେଥିରେ ବମ୍ବେ ହାଇକୋର୍ଟଙ୍କ ୨୦୨୪ ଏପ୍ରିଲ ୪ର ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା । ଏଥିରେ ବମ୍ବେ ହାଇକୋର୍ଟ ନାବାଳିକାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇ ନ ଥିଲେ । ମାମଲାରେ ଆଇପିସି ଧାରା ୩୭୬ ଏବଂ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ ହୋଇଛି ।

ସିଜେଆଇଙ୍କ ବେଞ୍ଚ ହାଇକୋର୍ଟଙ୍କ ଆଦେଶ ଖାରଜ କରି ନାବାଳିକାଙ୍କୁ ଡାକ୍ତରୀ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୀଡ଼ିତାଙ୍କୁ ମହାରାଷ୍ଟ୍ରର ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଇବାକୁ ଆଦେଶ ଦିଆଯାଇଥିଲା, ଯେଉଁଥିରୁ ସ୍ପଷ୍ଟ ହୋଇପାରିବ ଯେ ନାବାଳିକାଙ୍କ ଉପରେ ଗର୍ଭପାତର ଶାରୀରିକ ଏବଂ ମାନସିକ ରୂପରେ କ’ଣ ପ୍ରଭାବ ରହିବ ।

ବେଞ୍ଚ ନିର୍ଦ୍ଦେଶ ଦେଇଥିଲେ କି, ମହାରାଷ୍ଟ୍ର ସରକାର ଆବେଦନକାରୀ ଏବଂ ତାଙ୍କ ନାବାଳିକା ଝିଅକୁ ସୁରକ୍ଷା ସହିତ ଡାକ୍ତରଖାନା ନେବାକୁ ବ୍ୟବସ୍ଥା କରନ୍ତୁ । ସୁପ୍ରିମ୍‌କୋର୍ଟ କହିଥିଲେ, ନାବାଳିକାଙ୍କ ଜୀବନ ପ୍ରତି କୌଣସି ବିପଦ ନ ଥାଇ ଗର୍ଭପାତ କରାଯାଇ ପାରିବ କି ନାହିଁ, ସେ ସମ୍ପର୍କରେ ଗଠିତ ମେଡିକାଲ ଯାଞ୍ଚ ବୋର୍ଡ ନିଜର ରାୟ ପ୍ରଦାନ କରୁ ।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

7 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago