ପୁଣି ଘୁଞ୍ଚିଲା ନିଟ୍‌ ଶୁଣାଣି, ଆସନ୍ତା ୧୮ରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନିଟ ମାମଲାର ଶୁଣାଣିକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ । ଏନଟିଏ ଓ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠ ସମସ୍ତ ଆବେଦନକାରୀ ପକ୍ଷଙ୍କ ନିକଟରେ ପହଁଚି ନାହିଁ । ଏହି ସତ୍ୟପାଠ ପାଇବା ପରେ ପ୍ରତି ଜବାବ ଦାଖଲ କରିବେ ଆବେଦନକାରୀ ପକ୍ଷ । ଆସନ୍ତା ଶୁଣାଣି ପୂର୍ବରୁ ପ୍ରତି ଜବାବ ଦାଖଲ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ନିଟ୍‌ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି କହିଛନ୍ତି, ସାନି ପରୀକ୍ଷା ଆୟୋଜନ କରିବାର ଆବଶ୍ୟକତା ନାହିଁ । ପେପର ଲିକ୍ ରୋକିବା ପାଇଁ କଡ଼ା ପଦକ୍ଷେପ ନେଉଛନ୍ତି ସରକାର । ଏଥିରେ କୁହାଯାଉଛି କି, ଆଇଆଇଟି ମାଡ୍ରାସ ଡାଟା ଆନାଲିସିସି କହି କହିଛି କି, ଡାଟାରେ କୌଣସି ଅସାମାନ୍ୟତା କିମ୍ବା ସାମୂହିକ ଭୁଲ ନାହିଁ । ଏହାସହିତ କେନ୍ଦ୍ର ଦାବି କରିଥିବା ସମସ୍ତ ପ୍ରସଙ୍ଗ ଉପରେ ବିଚାର କରିବା ପାଇଁ ୭ ସଦ୍ୟସୀୟ ଏକ୍ସପର୍ଟ ପ୍ୟାନେଲ ଗଠନ କରିବାର ପ୍ରସ୍ତାବ ରଖାଯାଇଛି । ଏହାଦ୍ୱାରା ଭବିଷ୍ୟତରେ କୌଣସି ପ୍ରକାର ପେପର ଲିଙ୍କ ସମସ୍ୟା ଯେଭଳି ନ ହେଉ ସେଥିପ୍ରତି ଧ୍ୟାନ ଦିଆଯାଇଛି ।

ନିଟ୍‌ କାଉନସେଲିଂ ପ୍ରକ୍ରିୟା ଜୁଲାଇର ତୃତୀୟ ସପ୍ତାହରେ ଆରମ୍ଭ ହୋଇ ୪ଟି ପର୍ଯ୍ୟାୟରେ ଆୟୋଜିତ ହେବ । ଯଦି କାଉନସେଲିଂ ପ୍ରକ୍ରିୟାରେ ପେପର ଲିକର ଫାଇଦା ଉଠାଇଥିବା ଜଣାପଡନ୍ତି, ତେବେ ଏହାପରେ ତାଙ୍କ ଆଡମିଶନ ରଦ୍ଦ ହେବ । ତେବେ ଏହି ମାମଲାରେ ପୁଣି ଥରେ ପରୀକ୍ଷା କରିବାକୁ ଅରାଜି ରହିଛନ୍ତି ସରକାର ।

You might also like