ଆର୍ଯ୍ୟ ସମାଜର ବିବାହ ବୈଧ ନୁହେଁ, ପ୍ରମାଣପତ୍ରକୁ ଆଇନତଃ ସ୍ୱୀକୃତି ଦେବାକୁ ମନା କଲେ ସୁପ୍ରିମ୍କୋର୍ଟ
ଆର୍ଯ୍ୟ ସମାଜର ବିବାହକୁ ସ୍ୱୀକୃତି ଦେବାକୁ ମନା କଲେ ସୁପ୍ରିମ୍କୋର୍ଟ। ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ ଆର୍ଯ୍ୟ ସମାଜ ପକ୍ଷରୁ ଜାରି କରାଯାଇଥିବା ବିବାହ ପ୍ରମାଣ ପତ୍ରକୁ ଆଇନ୍ତଃ ମାନ୍ୟତା ଦେବାକୁ ମନା କରିଦେଇଛନ୍ତି। ଜଷ୍ଟିସ୍ ଅଜୟ ରସ୍ତୋଗୀ ଓ ଜଷ୍ଟିସ୍ ବିବି ନାଗରତ୍ନାଙ୍କ ପୀଠ କହିଛନ୍ତି, ଆର୍ଯ୍ୟ ସମାଜର କାମ ବିବାହ ପ୍ରମାଣପତ୍ର ଜାରି କରିବା ନୁହେଁ। ଏହା ସେମାନଙ୍କ ଦାୟିତ୍ୱ ନୁହେଁ। ବିବାହ ପ୍ରମାଣ ପତ୍ର ଜାରି କରିବା କାମ ସ୍ୱତନ୍ତ୍ର ପ୍ରାଧିକରଣ କରିଥାଏ। କୋର୍ଟ ସାମ୍ନାରେ ଅସଲି ପ୍ରମାଣପତ୍ର ପ୍ରସ୍ତୁତ କରାଯାଏ। ଆର୍ଯ୍ୟ ସମାଜରେ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମ୍କୋର୍ଟ।
ରିପୋର୍ଟ ମୁତାବକ, ଏହି ମାମଲା ଏକ ପ୍ରେମ ବିବାହର। ଝିଅ ଘର ଲୋକ ଝିଅକୁ ନାବାଳିକା ବୋଲି କହି ତାକୁ ଅପହରଣ ଓ ଦୁଷ୍କର୍ମ କରାଯାଇଥିବା ନେଇ ମାମଲା ରୁଜୁ କରିଥିଲେ। ସେମାନେ ଯୁବକଙ୍କ ବିରୋଧରେ ଆଇପିସି ଧାରା ୩୬୩, ୩୬୬, ୩୮୪, ୩୭୬ (୨)(n), ୩୮୪ ଓ ପୋକ୍ସୋ ଆକ୍ଟର ଧାରା ୫(L)/୬ ରେ ମାମଲା ରୁଜୁ କରିଥିଲେ। କିନ୍ତୁ ଯୁବକ କହିଥିଲେ ଯେ ଝିଅ ସାବାଳିକା। ସେ ନିଜ ଇଚ୍ଛା ଓ ଅଧିକାରରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଆର୍ଯ୍ୟ ସମାଜ ମନ୍ଦିରରେ ସେମାନେ ବିବାହ କରିଛନ୍ତି। ଯୁବକ ମଧ୍ୟ ଭାରତୀୟ ଆର୍ଯ୍ୟ ପ୍ରତିନିଧି ସଭା ପକ୍ଷରୁ ଜାରି କରାଯାଇଥିବା ବିବାହ ପ୍ରମାଣ ପତ୍ର ମଧ୍ୟ କୋର୍ଟରେ ଦାଖଲ କରିଥିଲେ। କିନ୍ତୁ ସୁପ୍ରିମ୍କୋର୍ଟ ଏହାକୁ ମାନିବାକୁ ମନା କରି ଦେଇଛନ୍ତି।
#SupremeCourt in a case of POCSO.
Adv: Marriage certificate is issued by Arya Samaj, please check the age is mentioned that.
Rastogi J: No, Arya Samaj has no business giving marriage certificate. This is the work of authorities. Show the real certificate. pic.twitter.com/zPNOnJ9VeP
— Chaitanya Singh (@chaitanyaasingh) June 3, 2022
ଏହି ମାମଲାରେ ସୁପ୍ରିମ୍କୋର୍ଟ ଏପ୍ରିଲରେ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଦେଉଥିବା ପିଟିସନ୍ର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ଜଷ୍ଟିସ୍ କେଏମ୍ ଜୋସେଫ୍ ଓ ଜଷ୍ଟିସ୍ ହୃଷିକେଶ ରାୟ ଆର୍ଯ୍ୟ ପ୍ରତିନିଧି ସଭାକୁ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ୧୯୫୪ର ଧାରା ୫, ୬, ୭ ଓ ୮ ପ୍ରାବଧାନକୁ ନିଜ ଗାଇଡ୍ଲାଇନ୍ରେ ସାମିଲ କରିବାକୁ କହିଥିଲେ। ଏଥିପାଇଁ କୋର୍ଟ ମାସେ ସମୟ ଦେଇଛନ୍ତି।
Also Read: ପାକିସ୍ତାନରେ ପୁଣି ୩୦ ଟଙ୍କା ବଢ଼ିଲା ତେଲ ଦର: ଇମ୍ରାନ୍ କହିଲେ-ଆମେରିକାର ଗୋଲାମ୍, ଭାରତଠୁ କିଛି ଶିଖ