ସୁପ୍ରମିକୋର୍ଟରୁ କେନ୍ଦ୍ର ସରକାରଙ୍କୁ ବଡ ଝଟ୍କା , ଆଲୋକ ବର୍ମା ରହିବେ ସିବିଆଇ ନିର୍ଦ୍ଦେଶକ

ଦିଲ୍ଲୀ(କେନ୍ୟୁଜ୍) : ସିବିଆଇ ବନାମ ସିବିଆଇ ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପିମକୋର୍ଟରୁ ବଡ ଝଟକା । ସିବିଆଇ ନିର୍ଦ୍ଦେଶକ ପଦରେ ରହିବେ ଆଲୋକ ବର୍ମା । ଆଲୋକ ବର୍ମାଙ୍କୁ ଛୁଟିବା ପଠାଇବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ତେବେ ସେ ନୀତିଗତ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି । ସିବିଆଇ ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଇବାର ଅଧିକାର ସରକାରଙ୍କ ନାହିଁ ବୋଲି କୋର୍ଟ କହିଛନ୍ତି । ଆବଶ୍ୟକ ହେଲେ ତାଙ୍କ ବିରୋଧରେ ଉଚ୍ଚସ୍ତରୀୟ କମିଟି କାର୍ୟ୍ୟାନୁଷ୍ଠାନ ନେଇପାରିବେ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ତିନି ଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।
କମିଟିରେ ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ଲୋକସଭା ବିରୋଧୀଦଳ ନେତା ରହିବେ । ସପ୍ତାହେ ମଧ୍ୟରେ ଏହି କମିଟି ନିଷ୍ପତ୍ତି ନେବ । ଗତବର୍ଷ ଅକ୍ଟୋବର ୨୩ ତାରିଖ ମଧ୍ୟରାତ୍ରିରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ କାର୍ୟ୍ୟାନ୍ତର ଲାଗି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ- ସିଭିସି ନିର୍ଦ୍ଦେଶ ଦେଇଥିଲେ। ସିଭିସିଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ।