ନେତାଙ୍କ ଦୁଇଟି ଆସନରେ ଲଢ଼ିବା ପାଇଁ ନିଷିଦ୍ଧ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଗୁରୁବାର ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ କରିଥିବା ନେତାଙ୍କ ଦୁଇଟି ଆସନରେ ନ ଲଢ଼ିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଉପାଧ୍ୟାୟ ଏହି ପିଟିସନରେ ଏକ ସଂଗରେ ଦୁଇଟି ଲୋକସଭା ବା ବିଧାନସଭା ଆସନ ଲଢ଼ିବା ନିୟମକୁ ଚ୍ୟାଲେଞ୍ଜ କରିଥିଲେ। ମୁଖ୍ୟ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୁଡ, ବିଚାରପତି ପିଏସ ନରସିଂହା ଓ ଜେବି ପାରଦିବାଲାଙ୍କ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି ।ପିଟିସନରେ ଜନପ୍ରତିନିଧି ଅଧିନିୟମ ୧୯୫୧ ଧାରା ୩୩(୭)ର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରାଯାଇଥିଲା ।

ମୁଖ୍ୟ ବିଚାରପତି କହିଲେ ଏଥିରେ ଭୁଲ କ’ଣ ଅଛି ?

ମୁଖ୍ୟ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ଖଣ୍ଡପୀଠ ପିଟିସନକୁ ଖାରଜ କରିଦେବା ସହ କହିଛନ୍ତି ଯେ ଆଇନ ବନାଇବା ସଂସଦର କାମ । ଭାଜପା ନେତା ଉପାଧ୍ୟାୟ ଜନପ୍ରତିନିଧି ଆଇନ ଧାରା ୩୩(୭) କୁ ଚ୍ୟାଲେଞ୍ଜ କରିଥିଲେ । ତେବେ ଏଥିରେ ଜଣେ ବ୍ୟକ୍ତି ଦୁଇଟି ଆସନରେ ଲଢ଼ିବାର ପ୍ରାବଧାନ ରହିଛି । ସେହିପରି ଏହି ଧାରା କହିଛି ଯେ ଯଦି ଜଣେ ପ୍ରାର୍ଥୀ ଦୁଇଟି ଆସନରେ ବିଜୟୀ ହୁଅନ୍ତି ତେବେ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ପଡିଥାଏ ।

ଏହା ସବୁ ରାଜନୈତକ ଦଳର ନୀତି ଅନ୍ତର୍ଭୁକ୍ତ । ରାଜନୈତିକ ଲୋକତନ୍ତ୍ର ଏହି ପ୍ରକାର ବିକଳ୍ପ ଦେବାକୁ ଚାହାଁନ୍ତି କି ନାହିଁ, ଏହା ଆଉ ଏକ ମାମଲା । ଏହାରାଜନୈତିକ ନିଷ୍ପତ୍ତି । ଏହାକୁ ମତଦାତା ନିର୍ଣ୍ଣୟ କରିବେ । ତେଣୁ ଏଥିରେ କିଛି ବି ଭୁଲ ନାହିଁ ।

Leave A Reply

Your email address will not be published.