EWS ଆରକ୍ଷଣ ଉପରେ ଲଗାତାର ୭ ଦିନ ଶୁଣାଣି ପରେ ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ଲଗାତାର ୭ ଦିନ ଶୁଣାଣି ପରେ ଆଜି ମଙ୍ଗଳବାର ସୁପ୍ରିମକୋର୍ଟରେ EWS ବା ଆର୍ଥିକ ଅନଗ୍ରସର ଭାଗର ବ୍ୟକ୍ତିଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ନେଇ ନିଷ୍ପତ୍ତି ସଂରକ୍ଷିତ ରହିଛି । ୧୦୩ ସଂଶୋଧନ ଅଧିନିୟମ, ୨୦୧୯ ସମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାୟର ହୋଇଥିଲା ।

ଯାହାର ଶୁଣାଣି ସଂରକ୍ଷିତ ରହିଛ । ମୁଖ୍ୟ ବିଚାରପତି ୟୁ ୟୁ ଲଳିତ, ଜଷ୍ଟିସ ଦିନେଶ ମାହେଶ୍ୱରୀ,ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ବେଲା ଏମ ତ୍ରବେଦୀ ଓ ଜଷ୍ଟିସ ଜେବି ପାରଦିବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।

EWS କୋଟା ୫୦ ପ୍ରତିଶତ ସଂରକ୍ଷଣ ନିୟମର ଉଲଂଘନ

ଏ ସମ୍ପର୍କିତ ପିଟିସନରେ କୁହାଯାଇଛି ଯେ ଏସଟି,ଏସସି ଏବଂ ଓବିସି ରେ ମଧ୍ୟ ଗରୀବ ଲୋକ ଅଛନ୍ତି । ତେବେ ଏହି ସଂରକ୍ଷଣରେ କେବଳ ସାଧାରଣ ବର୍ଗର ଲୋକଙ୍କୁ କାହିଁକି ଲାଭ ଦିଆଯାଉଛି । ଏହାଛଡା ଏହା ସଂରକ୍ଷଣର ୫୦ ପ୍ରତିଶତ ନିୟମକୁ ମଧ୍ୟ ଉଲଂଘନ କରୁଛି ।

ଏହି ମାମଲାରେ ବରିଷ୍ଠ ଓକିଲ ପ୍ରଫେସର ରବି ବର୍ମା କୁମାର ଯୁକ୍ତି କରିଥିଲେ ଯେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ସଂରକ୍ଷଣ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ କହିନାହାଁନ୍ତି କିମ୍ବା ବୁଝାଇ ନାହାଁନ୍ତି । ତେଣୁ ଆର୍ଥିକ ଅନଗ୍ରସରଙ୍କୁ ସଂରକ୍ଷଣ ବ୍ୟତୀତ ଅନ୍ୟ ଲାଭ କାହିଁକି ଦିଆଯାଉ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.