ମହିଳା ଅଧିକାରୀଙ୍କୁ ସେନାରେ ମିଳିବ ସ୍ଥାୟୀ କମିଶନ, ରାୟ ଶୁଣାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମହିଳା ଅଧିକାରୀଙ୍କୁ ସେନାରେ ମିଳିବ ସ୍ଥାୟୀ କମିଶନ । ସେନାରେ ସ୍ଥାୟୀ କମିଶନ ପାଇବାରୁ ବଞ୍ଚିତ ରହିଥିବା ମହିଳା ଅଧିକାରୀଙ୍କ ଆବେଦନ ଉପରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ମୋହର ଲଗାଇବା ସହ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ୍ କରିଛନ୍ତି । ଏଥିସହ କେନ୍ଦ୍ରକୁ ଏହାକୁ ଲାଗୁ କରିବାକୁ ତିନି ମାସର ମହଲତ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟରେ କୋମ୍ବାଟ୍ ୱିଙ୍ଗ୍କୁ ଝାଡ଼ି ଅନ୍ୟ ସମସ୍ତ ୱିଙ୍ଗ୍ ଉପରେ ଲାଗୁ ହେବ । ସୁପ୍ରିମକୋର୍ଟ କହିଛନ୍ତି, ସେନାରେ ମହିଳ ଅଧିକାରୀଙ୍କ ନିଯୁକ୍ତିର ସମସ୍ତ ସର୍ତ୍ତ ପୁରୁଷ ଅଧିକାରୀଙ୍କ ଭଳି ରହିବା ଆବଶ୍ୟକ ।