ଟ୍ରାଫିକ ନିୟମ ଉଲଘଂନକାରୀ ଥରେ ପକାନ୍ତୁ ନଜର, ଆଇପିସି ଅଧୀନକୁ ଆସିବ ଟ୍ରାଫିକ ଅପରାଧ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (କେନ୍ୟୁଜ୍) : ଟ୍ରାଫିକ ନିୟମ ଉଲଂଘନକାରୀ ସାବଧାନ । ଟ୍ରାଫିକ ନିୟମ ଉଲଂଘନ ଜନିତ ଘଟଣା ଆଇପିସି ଅଧୀନକୁ ଆସିବ । ଟ୍ରାଫିକ ନିୟମ ଉଲଂଘନ କରୁଥିବା ଲୋକଙ୍କ ବିରୋଧରେ ମାମଲା ଚାଲିପାରିବ । ଏମିତି କି ନୂଆ ମୋଟର ଯାନ ଆଇନରେ ମଧ୍ୟ ଉଲଂଘନକାରୀଙ୍କ ବିରୋଧରେ ମାମଲା ହେବ । ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

motorବିଚାରପତି ଜଷ୍ଟିସ ଇନ୍ଦୁ ମଲହୋତ୍ରା ଏବଂ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଖଣ୍ଡପୀଠ କହିଛନ୍ତି ଟ୍ରାଫିକ ନିୟମ ଉଲଂଘନ କରି ସଡକ ଦୁର୍ଘଟଣା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । ଯାନବାହାନ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇଛି । ସେହି ଅନୁସାରେ ଦୁର୍ଘଟଣା ମଧ୍ୟ ବଢୁଛି । ଟ୍ରାଫିକ ନିମୟ ଉଲଂଘନକାରୀଙ୍କ ବିରୋଧରେ ଆଇପିସି ଅଧୀନରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ୱଷ୍ଟ କରିଛନ୍ତି ।

supreme courtମୋଟାରଯାନ ଦୁର୍ଘଟଣା ଘଟଣା ଘଟାଉଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆଇପିସିରେ ବ୍ୟବସ୍ଥା ରହିଛି । ଏଥିପାଇଁ ଅଭିଯୁକ୍ତଙ୍କ ବିରୋଧରେ ମାମଲା ବି ଚାଲୁଛି । ତେବେ ଟ୍ରାଫିକ ନିୟମ ଉଲଂଘନ ସଂକ୍ରାନ୍ତ ମାମଲା ଗୁଡିକ ମଧ୍ୟ ଆଇପିସି ଅଧୀନକୁ ଆସି ପାରିବ ଏବଂ ସମୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ମାମଲା ଚାଲିବ । ମୋଟର ଯାନ ଆଇନରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ବୋଲି ଖଣ୍ଡପୀଠ କହିଛନ୍ତି ।

Leave A Reply

Your email address will not be published.