ଆହ୍ଲାବାଦ ହାଇକୋର୍ଟଙ୍କ ଶୁଣାଣି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ‘ବକ୍ଷ ଧରିବା କି ଡ୍ରେସ ଚିରିବା ଦୁଷ୍କର୍ମ ନୁହେଁ’ ବୋଲି ନିଷ୍ପତ୍ତି ଶୁଣାଇଥିଲେ କୋର୍ଟ

ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ଆହ୍ଲାବାଦ ହାଇକୋର୍ଟର ବିଚାରପତି ଏକ ନିଷ୍ପତ୍ତି କହିଥିଲେ କି, ଜଣେ ନାବାଳିକାଙ୍କ ବକ୍ଷ ଧରିବା, ତାର ଡ୍ରେସ ଚିରିବା ଦୁଷ୍କର୍ମ କରିବା ପାଇଁ ପ୍ରୟାସ କରିବା ନୁହେଁ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି। ସୁପ୍ରିମକୋର୍ଟ ଏହାକୁ ଶକିଂ ଏବଂ ଅସମ୍ବେଦନଶୀଳ କହିଛନ୍ତି ଏବଂ ଏହାକୁ ସଠିକ୍ ଭାବିବା ଆଇନ ବିରୋଧୀ ।
ଶୁଣାଣି ସମୟରେ ଜଷ୍ଟିସ ବିଆର ଗୱଇ ଏବଂ ଏଜି ମସୀହଙ୍କ ବେଞ୍ଚ କହିଛନ୍ତି, ଏହି ମାମଲାରେ ଶୁଣାଣିରେ କିଛି ଟିପ୍ପଣୀ ଦେଖି ବହୁତ ଦୁଃଖିତ । ଏହି ନିର୍ଦ୍ଦେଶକୁ ଶୁଣାଣି କରିଥିବା ହାଇକୋର୍ଟ ଜଜ ଏହି ମାମଲା ସମ୍ଭାଳିବାରେ, ସଂପୂର୍ଣ୍ଣ ଭାବେ ଅସମ୍ବେଦନଶୀଳତା ଦର୍ଶାଇଛନ୍ତି। ଏହାସହିତ ମାମଲାରେ କେନ୍ଦ୍ର ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଜବାବ ମାଗିଛନ୍ତି ।
ପୀଡିତାଙ୍କ ବକ୍ଷ ଧରିବା ଏବଂ ତାଙ୍କ ବସ୍ତ୍ର ଚିରିବା ଦୁଷ୍କର୍ମ ଏବଂ ଦୁଷ୍କର୍ମ ପ୍ରୟାସ ନୁହେଁ, ବୋଲି ଆଲାହାବାଦ ହାଇକୋର୍ଟ ଏକ ଆଦେଶରେ କହିଥିଲେ । ଯାହା ବିରୋଧରେ ମାମଲା ହାଇକୋର୍ଟରୁ ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।
ସୂଚନାଯୋଗ୍ୟ, ପବନ ଏବଂ ଆକାଶଙ୍କ ବିରୋଧରେ ଉତ୍ତର ପ୍ରଦେଶର କାସଗଞ୍ଜରେ ଜଣେ ୧୧ ବର୍ଷୀୟ ପୀଡିତାଙ୍କ ବକ୍ଷ ଧରିବା, ତାଙ୍କ ବସ୍ତ୍ର ଚିରିବାର ଅଭିଯୋଗ ହୋଇଥିଲା । ବାଟରେ ଯାଉଥିବା ଲୋକଙ୍କ ହସ୍ତକ୍ଷେପ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ୨୦୨୧ ମସିହାର ଘଟଣା ସମୟରେ ଅଭିଯୁକ୍ତମାନେ ଶିଶୁଟିକୁ ଲିଫ୍ଟ ଦେଇଥିଲେ । କାସଗଞ୍ଜ ଟ୍ରାଏଲ୍ କୋର୍ଟଙ୍କ ନିର୍ଦ୍ଦେଶରେ ପବନ ଏବଂ ଆକାଶଙ୍କୁ ପ୍ରଥମେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ ଏବଂ ପୋକ୍ସୋ ଆଇନର ଧାରା ୧୮ ଅନୁଯାୟୀ, ଦୁଷ୍କର୍ମ ପାଇଁ ବିଚାର କରାଯାଇଥିଲା ।
Also Read : ଅଟୋ ଏବଂ ଇ-ରିକ୍ସାରେ ପିଲାମାନେ ଯାଇପାରିବେନି ସ୍କୁଲ, ଏପ୍ରିଲ ୧ରୁ ହେବ ଲାଗୁ