କର୍ଣ୍ଣାଟକ ହାଇକୋର୍ଟ ବିଚାରପତିଙ୍କୁ ତାଗିଦ, ଏକ ଟିପ୍ପଣୀକୁ ନେଇ ତାଗିଦ କଲେ ସୁପ୍ରିମକୋର୍ଟ

କର୍ଣ୍ଣାଟକ : କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଭି ଶ୍ରୀଷାନନ୍ଦଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ ।  ନ୍ୟାୟିକ ଶିଷ୍ଟାଚାର ରଖିବାକୁ କହିଲେ ସୁପ୍ରିମକୋର୍ଟ । ଜଷ୍ଟିସ୍ ଶ୍ରୀଷାନନ୍ଦଙ୍କ ଏକ ଟିପ୍ପଣୀକୁ ନେଇ ତାଗିତ କରିଛନ୍ତି ସିଜେଆଇ ।  ବେଙ୍ଗାଲୁରୁରେ ମୁସଲିମ ବହୁଳ ଅଞ୍ଚଳକୁ ପାକିସ୍ତାନ କହିଥିଲେ ଜଷ୍ଟିସ ଭି ଶ୍ରୀଷାନନ୍ଦ ।

ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଠାରୁ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ ।  ନ୍ୟାୟିକ ଶିଷ୍ଟାଚାର ଉପରେ ଗୁରୁତ୍ବ ଦେଇଛନ୍ତି ସିଜେଆଇଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ। ଶୁଣାଣି ବେଳେ ବିଚାରପତିମାନଙ୍କ ଟିପ୍ପଣୀକୁ ମାର୍ଜିତ କରିବା ପାଇଁ ଗାଇଡଲାଇନ ଆଣିବା ଆବଶ୍ୟକ ଥିବା କହିଛନ୍ତି ଖଣ୍ଡପୀଠ ।

You might also like