ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ଆଜି ସୁପ୍ରିମ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ(କେନ୍ୟୁଜ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ଆଜି ସୁପ୍ରିମ କୋର୍ଟରେ ହେବ ଶୁଣାଣି। ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଘୃଣା ସୃଷ୍ଟି କରିବା ଭଳି ଭାଷଣ ଏବଂ ସେନାକୁ ରାଜନୈତିକ ଅସ୍ତ୍ର କରିଥିବା ଅଭିଯୋଗ କରି ମୋଦି ଓ ଶାହଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛି କଂଗ୍ରେସ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ନିର୍ବାଚନ କମିଶନ ଏହି ଦୁଇ ଜଣଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନେଉନଥିବା ସୁପ୍ରିମକୋର୍ଟରେ ଅଭିଯୋଗ କରିଛି କଂଗ୍ରେସ। ଏମାନଙ୍କ ବିରୋଧରେ ଇସି କାର୍ଯ୍ୟନୁଷ୍ଠାନ ନନେବାକୁ ଭେଦଭାବ ଏବଂ ସ୍ୱେଛାଚାରିତା ବୋଲି କଂଗ୍ରେସ କହିଛି । ସେହିଭଳି ଭୋଟ ଗ୍ରହଣ ଚାଲିଥିବା ବେଳେ ଅନ୍ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଦି ପ୍ରଚାର କରୁଥିବାରୁ ଏହା ମତଦାନକୁ ପ୍ରଭାବିତ କରିବ ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ ଆସନ୍ତାକାଲି ନରେନ୍ଦ୍ର ମୋଦି ଓ ରାହୁଲଙ୍କ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଆଚରଣବିଧି ଉଲଂଘନ ଅଭିଯୋଗ ଉପରେ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.