କାଲି ମହାରାଷ୍ଟ୍ର ଫ୍ଲୋର ଟେଷ୍ଟ: ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମହରାଷ୍ଟ୍ରର ଉଦ୍ଧବ ସରକାର ଆସନ୍ତାକାଲି ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ନାଁ ଏଥିରୁ ବର୍ତି ଯିବେ । ଏହା ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଥିଲା କିନ୍ତୁ ମହାରାଷ୍ଟ୍ରର ସଙ୍କଟ ଭିତରେ ଫ୍ଲୋର ଟେଷ୍ଟ ଉପରେ ରହିତାଦେଶ ମିଳିଲାନି। ରହିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ। ମହାରାଷ୍ଟ୍ର ଫ୍ଲୋର ଟେଷ୍ଟ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହୋଇଥିବା ଅପିଲ୍ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇଥିଲା। ଉଚ୍ଚତମ ନ୍ୟାୟାଳୟ ବିଚାରପତି ରାୟ ସଂରକ୍ଷିତ ରଖି ଏହା ଉପରେ ଆଲୋଚନା କରି ରାତି ୯ଟାରେ ରାୟ ଶୁଣାଇଥିଲେ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଡିଓ୍ବାଲାଙ୍କୁ ନେଇ ଗଠିତ ଅବସରକାଳୀନ ବେଞ୍ଚ୍ ଏହି ରାୟ ଶୁଣାଇଛନ୍ତି ।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଉଦ୍ଧବ ସରକାରଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ଶିବସେନାର ବିଦ୍ରୋହୀ ଗୋଷ୍ଠୀଙ୍କ ପାଖରେ ୩୯ ବିଧାୟକଙ୍କ ସମର୍ଥନ ଥିବାବେଳେ ଉଦ୍ଧବଙ୍କ ପାଖରେ ମାତ୍ର ୧୪ ଜଣଙ୍କ ସମର୍ଥନ ରହିଛି । ଏଣୁ ଆସନ୍ତା କାଲି ଉଦ୍ଧବ ସରକାରର ପତନ ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବିଜେପି ପାଇଁ ଏହା ଏକ ବରଦାନ ସଦୃଶ ହୋଇଛି ।

 

 

Leave A Reply

Your email address will not be published.