ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନିଟ-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ । ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ବଡ଼ ଧରଣର ପ୍ରଶ୍ନପତ୍ର ଲିକ ହୋଇନାହିଁ । କେବଳ ଦୁଇଟି ସହର ମଧ୍ୟରେ ପ୍ରଶ୍ନପତ୍ର ଲିକ ସୀମିତ । ହଜାରିବାଗ ଓ ପାଟନାରେ ପ୍ରଶ୍ନପତ୍ର ଲିକ ସୀମିତ ରହିଛି ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ସେଥିପାଇଁ ପରୀକ୍ଷା ବାତିଲ ପାଇଁ ନିର୍ଦ୍ଦେଶ ଦେଇନାହାନ୍ତି ସୁପ୍ରିମ୍ କୋର୍ଟ। ନିଟ ପରୀକ୍ଷା ବାବଦରେ ଏପଟସେପଟ କଥାରୁ ଏନଟିଏ ଓ କେନ୍ଦ୍ର ସରକାର ନିବୃତ୍ତ ରହିବାକୁ କୋର୍ଟ କହିଛନ୍ତି । ଆଶାୟୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ପାଇଁ ଏହା ଆଦୌ ଗ୍ରହଣୀୟ ନୁହେଁ ।

ନିଟ ପରୀକ୍ଷା ସେଣ୍ଟରଗୁଡ଼ିକରେ ସିସିଟିଭି କ୍ୟାମେରା ଲାଗିବ ଦରକାର । ଆଇଆଇଟି, ଦିଲ୍ଲୀ ପକ୍ଷରୁ ଦିଆଯାଇଥିବା ଉତ୍ତର ଠିକ ରହିଛି । ନାସନାଲ ଟେଷ୍ଟିଂ ଏଜେନ୍ସୀର ଢାଞ୍ଚାଗତ ପ୍ରକ୍ରିୟାରେ ଥିବା ସମସ୍ୟାକୁ ହାଇଲାଇଟ କରାଯାଇଛି । ତେଣୁ କମିଟି ଏହାକୁ ଚିହ୍ନଟ କରି ସଂଶୋଧନ କରିବା ଉଚିତ । ନିଟ ପରୀକ୍ଷାରେ ଉପଜୁଥିବା ସମସ୍ୟାକୁ ଚଳିତବର୍ଷ କେନ୍ଦ୍ର ସରକାର ସଂଶୋଧନ କରିବା ଦରକାର । ଏହାଦ୍ବାରା ସମସ୍ୟାର ଆଉ ପୁନରାବୃତ୍ତି ହେବ ନାହିଁ ବୋଲି କୋର୍ଟ କହିଛନ୍ତି ।

You might also like