ବାଣ ଫୁଟାଇବା ନେଇ ୩ ନବଜାତ ଶିଶୁଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟ ଦେଲେ ଏପରି ରାୟ

ନୂଆଦିଲ୍ଳୀ : ବ୍ୟାନ କରାଯାଇଥିବା ବାଣକୁ ବଜାରରେ ବିକିବା ମାମଲାରେ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଗ୍ରୀନ ବାଣ ନାଁରେ ବଜାରରେ ବାଣ ନିର୍ମାତାମାନେ ବ୍ୟାନ ହୋଇଥିବା କେମିକାଲ ବ୍ୟବହାର କରି ବାଣ ନିର୍ମାଣ କରୁଛନ୍ତି । ଲୋକମାନେ ମଧ୍ୟ ଏହି ବାଣକୁ ବ୍ୟବହାର କରୁଛନ୍ତି । ସୁପ୍ରିମକୋର୍ଟଙ୍କ ଅଦେଶ ପାଳନ କରାଯାଉ ନାହିଁ । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆହୁରି କହିଛନ୍ତି ଯେ ଉତ୍ସବ ପାଳନ ଅର୍ଥ ନୁହେଁ ଉଚ୍ଚ ଶବ୍ଦରେ ବାଣ ଫୁଟାଇବା । ଯାହାକି ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି ।

ପ୍ରକାଶଯୋଗ୍ୟ ଯେ ୨୦୧୫ ମସିହା ନଭେମ୍ବର ୨୪ ତାରିଖରେ ତିନି ନବଜାତକଙ୍କ ପିତାଙ୍କ ତରଫରୁ ସୁପ୍ରିମକୋର୍ଟରେ ପ୍ରଦୂଷଣ ଯୋଗୁ ସେମାନଙ୍କ ଶିଶୁଙ୍କ ମାନସିକ ବିକାଶ ହାନି ନେଇ ଏକ ପିଟିସନ ଦାଖଲ କରିଥିଲେ । ଏଥିରେ ପୁରା ଦେଶରେ ବାଣ ଫୁଟାଇବା ବନ୍ଦ ନେଇ ଅନୁରୋଧ କରାଯାଇଥିଲା ।

crackers

ଗ୍ରୀନ ବାଣ କ’ଣ

ଅଳ୍ପ ଶବ୍ଦ ଓ ଧୂଆଁ ଦେଉଥିବା ବାଣକୁ କୋର୍ଟ ଗ୍ରୀନ ବାଣ ବା ଇକୋଫ୍ରେଣ୍ଡଲି ବାଣ ବୋଲି ମାନ୍ୟତା ଦେଇଛି । ଯେଉଁଥିରେ ନାଇଟ୍ରୋଜେନ ଅକ୍ସାଇଡ ଓ ସଫଳର ଡାଇଅକ୍ସାଇଡ ମାତ୍ରା ଅଳ୍ପ ମାତ୍ରାର ବ୍ୟବହାର ହୋଇଥାଏ ।
ବାଣ ଇକୋଫ୍ରେଣ୍ଡଲି ବୋଲି କିଏ ନିଷ୍ପତ୍ତି ନେଇଥାଏ  । କୋର୍ଟ କହିଛନ୍ତି ଯେ ଗ୍ରୀନ ବାଣକୁ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେପ୍ଟି ଅର୍ଗାନାଇଜେସନ ନିକଟରୁ ପାସ୍‌ କରାଇବାକୁ ହେବ ।

କେଉଁ ବାଣ ଉପରେ ପ୍ରତିବନ୍ଧକ ରହିଛି

ଲଡୁ ଓ ସାପ ଭଳି ଘୁରୁଥିବା ବାଣ ଉପରେ ଲାଗିଛି ପ୍ରତିନ୍ଧକ । ଆର୍ସେନିକ, ଲିଥିୟମ, ଲିଡ, ମରକରୀ, ବେରୀୟମ ଓ ଏଲୁମିନିୟମ ବ୍ୟବହୃତ ବାଣ ବନ୍ଦ ହେବ ।

crackers.jpg--

ବାଣ କେଉଁଠୁ କିଣି ପାରିବେ

ବାଣ କେବଳ ଲାଇସେନ୍ସପ୍ରାପ୍ତ ଟ୍ରେଡର୍ସ ତିଆରି ଓ ବିକି ପାରିବେ । ବାଣ ଅନ୍‌ଲାଇନରେ ବିକ୍ରି ହୋଇପାରିବ ନାହିଁ । ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି ଯେ ଏହିସବୁ ବାଣ ଉପରେ ପ୍ରତିବନ୍ଧକ ସତ୍ତ୍ୱେ ଉତ୍ସବ ଆସିଲେ ଏହା ବଜାରରେ ଊପଲବ୍ଧ ହେଉଛି । ମାମଲାର ଶୁଣାଣି ବେଳେ ବାଣ ପ୍ରସ୍ତୁତକାରୀ ଆସୋସିଏସନ ପକ୍ଷରୁ ଓକିଲ ଯୁକ୍ତି କରିଥିଲେ ଯେ ଏହା ଏକ ଇଣ୍ଡଷ୍ଟ୍ରି ଯେଉଁଠି ଲକ୍ଷ ଲକ୍ଷ ପରିବାର ନିର୍ଭର କରୁଛନ୍ତି । ତେଣୁ ଯଦି ଗୋଟିଏ କି ଦୁଇଟି ଇଣ୍ଡଷ୍ଟ୍ରିଜ ନିୟମ ମାନୁ ନାହାଁନ୍ତି, ସେଥିପାଇଁ ସମସ୍ତେ କାହିଁକି ଅସୁବିଧାରେ ପଡ଼ିବେ । ଶିବକାଶୀରେ ସବୁଠୁ ଅଧିକ ବାଣ ପ୍ରସ୍ତୁତ ହୋଇଥାଏ ।

ବୋରିୟମ ସଲ୍ଟ ବନ୍ଦ ସତ୍ତ୍ୱେ ବଜାରରେ ଉପଲବ୍ଧ କାହିଁକି

ସୁପ୍ରିମକୋର୍ଟ କହିଛନ୍ତି ଯେ ମୁଖ୍ୟ ସମସ୍ୟା ଅଦାଲତର ଆଦେଶକୁ ପାଳନ କରିବା । ବାଣ ପ୍ରସ୍ତୁତକାରୀ କମ୍ପାନୀଙ୍କ ଉତ୍ତର ଆଶ୍ଚର୍ଯ୍ୟଜନକ । କାରଣ ବାଣ ଆସୋସିଏସନଙ୍କ ପକ୍ଷରୁ କୁହାଯାଇଛି ଯେ ବୋରିୟମ ସଲ୍ଟ କେବଳ ଗୋଦାମରେ ରଖାଯାଉଛି । ଏହା ବାଣ ନିର୍ମାଣରେ ବ୍ୟବହାର ହେଉନି । କୋର୍ଟ ଏଥିରେ ଆଶ୍ଚର୍ଯ୍ୟ ପ୍ରକାଶ କରି ପ୍ରଶ୍ନ କରିଥିଲେ ଯେ ବୋରିୟମ ସଲ୍ଟ କ’ଣ ଶୋ’ କରିବା ପଦାର୍ଥ । ଯାହାକୁ ଗୋଦାମରେ କେବଳ ରଖାଯାଇଛି । ଏହି ମାମଲାରେ ଅଧିକ ରିପୋର୍ଟ ପାଇଁ ସିବିଆଇକୁ କୋର୍ଟ କହିଛନ୍ତି । ଏହାର ଶୁଣାଣି ଅକ୍ଟୋବର ୨୬ ତାରିଖକୁ ରଖାଯାଇଛି ।

crackers.jpg-
p.c : The financial Express

ସୁପ୍ରିମକୋର୍ଟ ପୂର୍ବ ଆଦେଶ

୨୦୧୮ ଅକ୍ଟୋବର ୨୩ ରେ ସୁପ୍ରିମକୋର୍ଟ ବାଣ ନିର୍ମାଣ କରିବା ଓ ଫୁଟାଇବା ଉପରେ ପୂର୍ଣ୍ଣ ବ୍ୟାନ ଘୋଷଣା କରିଥିଲେ । ହେଲେ ପୁରା ଦେଶରେ ବାଣ ବ୍ୟବହାର ପାଇଁ କଡ଼ା ସର୍ତ୍ତ ରଖିଥିଲେ । ସେତେବେଳେ ସୁପ୍ରିମକୋର୍ଟ ବଜାରରେ ଗ୍ରୀନ ବାଣ ପ୍ରସ୍ତୁତି ଓ ଫୁଟାଇବା ଉପରେ ଅନୁମତି ଦେଇଥିଲେ । କୋର୍ଟ ଆହୁରି କହିଥିଲେ ଏହି ଆଦେଶ କେବଳ ଦିପାବଳୀ ନୁହେଁ ସବୁ ଧାର୍ମିକ ଓ ସାମାଜିକ ପର୍ବରେ ଲାଗୁ ହେବ । କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ ସବୁ ବାଣ ଫ୍ୟାକ୍ଟ୍ରିକୁ ଯାଞ୍ଚ କରି ଦେଖାଯାଉ ଯେ କେଉଁଠି ହାନିକାରକ କେମିକାଲ ଅଛି କିମ୍ବା ଏହାକୁ ବ୍ୟବହାର କରାଯାଉଛି କି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.