କରୋନାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ମେଡିକାଲ ସାହାଯ୍ୟ ପାଇଁ ସୋସିଆଲ ମିଡିଆରେ ଅନୁରୋଧ ଗ୍ରହଣୀୟ

କେନ୍ୟୁଜ୍(ବ୍ୟୁରୋ):  କରୋନା ମହାମାରୀକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ସୋସିଆଲ ମିଡିଆ ଓ ଇଣ୍ଟରନେଟ ସୂଚନାକୁ ଗୁରୁତ୍ୱ ଦିଅ । ଜନସାଧାରଣ ମେଡିକାଲ ସାହାଯ୍ୟ ପାଇଁ ସାମାଜିକ ଗଣମାଧ୍ୟମରେ ଅନୁରୋଧ ଗ୍ରହଣୀୟ । ଏଭଳି ସ୍ଥଳେ ଜୀବନ ରକ୍ଷା ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ । ଏବେ ଦେଶରେ କରୋନା ପାଇଁ ସ୍ୱାସ୍ଥ୍ୟ ଜନିତ ଜରୁରୀକାଳୀନ ପରିସ୍ଥିତି । ସୋସିଆଲ ମିଡିଆରେ ଏ ସଂପର୍କିତ ତଥ୍ୟ ଦେଲେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବନି ପୋଲିସ ।

ଯେଉଁ ଅଫିସର ଏହା ଭୁଲ ତଥ୍ୟ ବୋଲି କହିବେ ବା ସୂଚନାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ରୁଜୁ କର। ସବୁ ରାଜ୍ୟ ସରକାର ଓ ଡିଜିପିଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିବା ବେଳେ ଜଷ୍ଟିସ ଡ଼ି ୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠଙ୍କ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଟିକାର ଦରରେ ଅସମାନତା ନେଇ ମଧ୍ୟ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ପାଇଁ ଗୋଟିଏ ଦର ହୋଇଥିବା ବେଳେ ରାଜ୍ୟ ପାଇଁ ଅଲଗା କାହିଁକି ବୋଲି କହିଛନ୍ତି ସୁପ୍ରିମ କୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.