ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କଲେ ସୁରଟର ଏହି ବେକରୀ ସପ୍‌, ତିଆରି କଲେ ୭୧ଫୁଟର କେକ୍‌

ଗୁଜୁରାଟର ସୁରଟରେ ଏକ ବେକରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିନକୁ ସବୁଠାରୁ ଅଭିନବ ଉପାୟରେ ପାଳନ କରାଯାଇଛି। ଏନେଇ ବେକରୀ ବ୍ରେଡଲିନର ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ ଭାଙ୍ଗୁଥିବା କେକ୍‌ ତିଆରି କରି ଣ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସାୂଚନା ମୁତାବକ କେକ୍‌ ର ବିଷୟ ଥିଲା କରୋନା ଓ୍ଵାରିୟର୍ସ ଏବଂ ଏଥିରେ ସମସ୍ତ ସାହାସୀ ଫ୍ରଣ୍ଟଲାଇନ୍‌ କର୍ମଚାରୀଙ୍କୁ ପ୍ରଶଂସା କରାଯାଇଥିଲା। ଏସବୁ କରିବା ପାଇଁ ବ୍ରେଡଲିନ୍‌ ବେକରୀ ୭୧ ଫୁଟ୍‌ ର କେକ୍‌ ପ୍ରସ୍ତୁତ କରିଥିଲା, ଯାହାର ଓଜନ ପ୍ରାୟ ୭୭୧ କିଲୋଗ୍ରାମ ଥିଲା। ରିପୋର୍ଟ ଅନୁଯାୟୀ ଏହି କେକ୍‌ କୁ ପିଲାମାନଙ୍କ ମଧ୍ୟରେ ବଣ୍ଟାଯାଇଛି। ଏନେଇ ବେକରୀ କହିଛି, ଏହି କାର୍ଯ୍ୟକ୍ରମ ସମାଜ ପାଇଁ କରୋନା ଓ୍ଵାରିୟର୍ସଙ୍କ ଅମୂଲ୍ୟ ଉଦ୍ୟମ ପାଇଁ ଭଲପାଇବା ଏବଂ କୃତଜ୍ଞତା ଜଣାଇବା ପାଇଁ ଏକ ପଦକ୍ଷେପ।

ଖବର ଅନୁଯାୟୀ ଏହି କେକ୍‌ ପିଲାମାନଙ୍କ ମଧ୍ୟରେ ବଣ୍ଟାଯିବା ପରେ ଅବଶିଟେ କେକ୍‌ କୁ ୫୦୦ ଗ୍ରାମ ଭାଗରେ ବିଭକ୍ତ କରାଯିବ। ଏହାପରେ ଏହି କେକ୍‌ କୁ ଓ୍ଵାପି ଠାରୁ ଭଡୋଦରା ପର୍ଯ୍ୟନ୍ତ ବେକରୀର ବିଭିନ୍ନ ଆଉଟଲେଟରେ ବିକ୍ରି କରାଯିବ। ଏହି ବେକରୀ ଗତ ତିନି ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ପାଳନ କରିଆସୁଛି ଏବଂ ପ୍ରତ୍ୟେକ ବର୍ଷ ଏହି କେକ୍‌ ତିଆରି କରରିବାରରେ ଏକ ସାମାଜିକ ସଚେତନତାର ଥିମ୍‌ ରହିଥାଏ।

ଏହି କାର୍ଯ୍ୟକ୍ରମର ଆୟୋଜକ ନିତିନ ପଟେଲ କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ କେକ୍ କାଟିବା ସମାରୋହ ସାମାଜିକ ଦୂରତା ତଥା ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୭ ଜଣ କରୋନା ଯୋଦ୍ଧା ମଧ୍ୟ ଉପସ୍ଥିତ ଥିଲେ। କେକ୍‌ ରେ କରୋନା ଯୋଦ୍ଧା ଅର୍ଥାତ ଗଣମାଧ୍ୟମ, ପୋଲିସ୍, ପ୍ଲାଜ୍ମା ଦାତା ଏବଂ ଡାକ୍ତରଙ୍କର ଚିତ୍ର ରହିଥିଲା। ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ ଆମେ ଏକ ଡିଜିଟାଲ୍ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବୁ। “

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

20 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

23 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

27 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

40 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

56 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago