ମାସିକ ଋତୁସ୍ରାବ ସମୟରେ ୭ ଦିନ ଯାଏଁ ମହିଳାଙ୍କୁ ଛୁଟି ଦେବ ଏହି କମ୍ପାନୀ

ଗତ କିଛି ଦିନ ତଳେ ଅନଲାଇନ ଫୁଡ କମ୍ପାନୀ ଜୋମାଟୋ ମହିଳାଙ୍କ ପାଇଁ ଏକ ବିଶେଷ ପଦକ୍ଷେପ ନେଇଥିଲେ । ଏହି କମ୍ପାନୀ ମହିଳା ତଥା ଟ୍ରାନ୍ସଜେନ୍ଡର କର୍ମଚାରୀଙ୍କୁ ସେମାନଙ୍କ ମାସିକ ଋତୁସ୍ରାବ ସମୟରେ ୧୦ ଦିନ ପାଇଁ ଛୁଟି ଦେବା ନେଇ ଘୋଷଣା କରିଥିଲେ । ଏବେ ଏମିତି ଏକ ଅନୁରୂପ ପଦକ୍ଷେପ ନେଇଛନ୍ତି ସୁରଟ ସ୍ଥିତ ଏକ କମ୍ପାନୀ । ସୁରଟ ସ୍ଥିତ ଏକ ଡିଜିଟାଲ ମାର୍କେଟିଙ୍ଗ କମ୍ପାନୀ ଆଇବିପନ୍ନ ମାସିକ ଧର୍ମ ସମୟରେ କିଛି ଦିନ ପାଇଁ ଛୁଟି ଦେବା ନେଇ ନିଷ୍ପତି ନେଇଛନ୍ତି । କମ୍ପାନୀ ଅଧ୍ୟକ୍ଷ ଭୌତିକ ସେଠ୍ ଙ୍କ ଅନୁଯାୟୀ, ଏଣିକି କମ୍ପାନୀର ମହିଳା କର୍ମଚାରୀଙ୍କୁ ବର୍ଷକୁ ୧୨ ଦିନ ପାଇଁ “ପିରିୟଡ଼ ଲିଭ” ମିଳିବ । ମେଲ ମାଧ୍ୟମରେ ଶ୍ରୀ ସେଠ୍ ନିଜ କର୍ମଚାରୀଙ୍କୁ ଏବାବଦରେ ସୂଚନା ଦେଇଥିଲେ । ସମସ୍ତଙ୍କୁ ଏହି ସୁବିଧା ଦିଆଯିବ ବୋଲି ସୂଚନା ଦିଆଯାଇଛି ।

period

କମ୍ପାନୀ ଅଧ୍ୟକ୍ଷ ଏହା ମଧ୍ୟ ଲେଖିଛନ୍ତିଯେ, ଏହି ପ୍ରୟାସ କାର୍ଯ୍ୟସ୍ଥଳର ବାତାବରଣକୁ ଅଧିକ ସୁସ୍ଥ ରଖିପାରିବ । କହିରଖିବା ଉଚିତ ହେବକି, ୨୦୧୪ ମସିହାରେ ହିଁ ଏହି କମ୍ପାନୀର ସ୍ଥାପନା କରାଯାଇଥିଲା । ବର୍ତ୍ତମାନ ସମୟରେ ଏଠାରେ ୯ ଜଣ କର୍ମଚାରୀ କାମ କରୁଛନ୍ତି । ଏମାନଙ୍କ ମଧ୍ୟରୁ ୮ ଜଣ ମହିଳା କର୍ମୀ ଅଛନ୍ତି । Zomato କମ୍ପାନୀ ଦ୍ୱାରା ଲଞ୍ଚ କରାଯାଇଥିବା ଏହି ନିୟମର ନାମ “ପିରିୟ୍ଡ଼ସ ପଲିସି” ରଖାଯାଇଥିଲା । ଜମାଟୋ ଦ୍ୱାରା ଉଠାଯାଇଥିବା ଏହି ପଦକ୍ଷେପର ଖୁବ ପ୍ରଶଂସା ମଧ୍ୟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.