ଉଡ଼ି ଯାଇଥିଲା ପ୍ରାଣବାୟୁ, ୧୫ ମିନିଟ ପରେ ପୁଣି ହୃଦୟର ସ୍ପନ୍ଦନ ଶୁଣାଗଲା

ଶରୀରରେ ନଥିଲା ପ୍ରାଣ । ଉଡ଼ି ଯାଇଥିଲା ପ୍ରାଣବାୟୁ । ୧୫ ମିନିଟ ପରେ ପୁଣି ହୃଦୟର ସ୍ପନ୍ଦନ ଶୁଣାଗଲା । କିଛି ମୁହୂର୍ତ୍ତରେ ଜୀବନ ହରାଇଥିବା ବ୍ୟକ୍ତି ଜୀବିତ ହୋଇ ଉଠିଲା । ହଁ ଦର୍ଶକ ବନ୍ଧୁ, ଗୁଜରାଟର ସୁରଟ୍ ସିଭିଲ୍ ହସ୍ପିଟାଲରେ ଏକ ଚମତ୍କାର ଘଟଣା ଘଟିଛି । ଯେଉଁଠାରେ ଡାକ୍ତରମାନେ ଅଙ୍କଲେଶ୍ୱରର ବାସିନ୍ଦା ରାଜେଶ ପଟେଲଙ୍କୁ ମୃତ ଘୋଷଣା କରିଥିଲେ, ଇସିଜିରେ ଷ୍ଟାଟ ଲାଇନ ଦେଖାଯିବାର ୧୫ ମିନିଟ୍ ମଧ୍ୟରେ ତାଙ୍କ ହୃଦୟ ହଠାତ୍ ଧଡ଼ଧଡ଼ କରିବାକୁ ଲାଗିଲା। ଡାକ୍ତରମାନେ ତୁରନ୍ତ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡ଼ିଛି। ଏହି ଘଟଣା ହସ୍ପିଟାଲରେ ଆଲୋଚନାର ବିଷୟ ପାଲଟିଛି। ତେବେ ଏ ଚମତ୍କାର ଘଟଣା ବିଷୟରେ ଚାଲନ୍ତୁ ଜାଣିବା ।

ଗୁଜୁରାଟର ସୁରଟରେ ଏକ ଘଟଣା ଘଟିଛି, ଯାହା ଚିକିତ୍ସା ବିଜ୍ଞାନ ଏବଂ ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସୁରଟର ନ୍ୟୁ ସିଭିଲ୍ ହସ୍ପିଟାଲର ଡାକ୍ତରମାନେ ଜଣେ ରୋଗୀଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ୧୫ ମିନିଟ୍ ପରେ ତାଙ୍କ ହୃଦୟ ହଠାତ୍ ପୁଣି ଥରେ ଧଡ଼ଧଡ଼ କରିବାକୁ ଲାଗିଲା। ଏହି ଘଟଣା କେବଳ ହସ୍ପିଟାଲର ଡାକ୍ତରଙ୍କ ପାଇଁ ନୁହେଁ ବରଂ ସମଗ୍ର ସୁରଟ ସହର ପାଇଁ ଆଲୋଚନାର ବିଷୟ ପାଲଟିଛି। ପ୍ରକୃତରେ, ଅଙ୍କଲେଶ୍ୱରର ବାସିନ୍ଦା ୪୫ ବର୍ଷୀୟ ରାଜେଶ ପଟେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ସୁରଟର ନୂତନ ସିଭିଲ୍ ହସ୍ପିଟାଲକୁ ଅଣାଯାଇଥିଲା। ଡାକ୍ତରମାନେ ରିପୋର୍ଟ କରିଥିଲେ ଯେ ରୋଗୀ ଗୁରୁତର ହୃଦଘାତରେ ପୀଡିତ ଥିଲେ ଏବଂ ତାଙ୍କ ଅବସ୍ଥା କ୍ରମାଗତ ଭାବରେ ଖରାପ ହେଉଥିଲା । ଡାକ୍ତରୀ ଟିମ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ଇସିଜି ରିପୋର୍ଟରେ “ଷ୍ଟେଟ୍ ଲାଇନ” ଦେଖାଯିବା ପରେ, ରୋଗୀଙ୍କୁ ମୃତ ଘୋଷଣା କରାଯାଇଥିଲା । ହସ୍ପିଟାଲରେ ଉପସ୍ଥିତ ପରିବାର ସଦସ୍ୟମାନେ କାନ୍ଦିବାକୁ ଲାଗିଲେ ।

ଆଉ ଠିକ ଏହି ଘୋଷଣାର ପ୍ରାୟ ୧୫ ମିନିଟ୍ ପରେ, ଏପରି କିଛି ଘଟିଲା ଯାହା ସମସ୍ତଙ୍କୁ ହତବାକ୍ କରିଦେଲା । ରୋଗୀଙ୍କ ଶରୀରରେ ସାମାନ୍ୟ ଗତି ପରିଲକ୍ଷିତ ହେଲା, କ୍ଷଣିକରେ ହଠାତ୍ ହୃଦସ୍ପନ୍ଦନ ହେଲା । ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ରୋଗୀକୁ ପୁଣି ଥରେ ଆଇସିୟୁକୁ ସ୍ଥାନାନ୍ତର କରାଗଲା । ଟିମ ଜରୁରୀକାଳୀନ ଚିକିତ୍ସା ଆରମ୍ଭ କଲେ ଓ ଧୀରେ ଧୀରେ ରୋଗୀଙ୍କ ହୃଦସ୍ପନ୍ଦନ ସ୍ୱାଭାବିକ ହୋଇଗଲା। ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମେଶ ଚୌଧୁରୀ କହିଛନ୍ତି, “ମୋର ୩୦ ବର୍ଷର କ୍ୟାରିୟରରେ ଏହା ପ୍ରଥମ ଥର ଯେ ଜଣେ ରୋଗୀଙ୍କୁ ମୃତ ଘୋଷଣା କରାଯାଇଛି ଏବଂ ତା’ପରେ ସେ ନିଜେ ପୁନର୍ଜୀବିତ ହୋଇଛନ୍ତି । ଆମେ ଅନେକ ଥର ହୃଦଘାତ ରୋଗୀଙ୍କୁ ସିପିଆର ଦେଇଛୁ, କିନ୍ତୁ କିଛି ନକରି ହୃଦୟ ନିଜେ ସ୍ପନ୍ଦନ କରିବା ଘଟଣା ବହୁତ କମ୍।

ଡାକ୍ତରୀ ରିପୋର୍ଟ ଅନୁଯାୟୀ, ରାଜେଶ ପଟେଲ ହୃଦରୋଗରେ ପୀଡ଼ିତ ଥିଲେ । ତାଙ୍କର ବ୍ଲଡ୍ ସୁଗାର ସ୍ତର ବୃଦ୍ଧି ପାଇଥିଲା। ଡାକ୍ତରମାନେ କହିଥିଲେ ଯେ ଯେତେବେଳେ ତାଙ୍କୁ ମୃତ ଘୋଷଣା କରାଗଲା, ତାଙ୍କର ସମସ୍ତ ଶାରୀରିକ ଲକ୍ଷଣ ଅଦୃଶ୍ୟ ହୋଇ ଯାଇଥିଲା । ନିଶ୍ୱାସ ଓ ହୃଦସ୍ପନ୍ଦନ ବନ୍ଦ ହୋଇ ଯାଇଥିଲା। ଏହା ସତ୍ତ୍ୱେ, ୧୫ ମିନିଟ୍ ପରେ ତାଙ୍କ ହୃଦୟ ପୁନର୍ବାର ସ୍ପନ୍ଦିତ ହେବା ଆରମ୍ଭ କରିଥିଲା, ଯାହାକୁ ଡାକ୍ତରମାନେ “ସ୍ୱୟଂଚାଳିତ ହୃଦସ୍ପନ୍ଦନ ପୁନର୍ଜୀବନ” ବୋଲି କହୁଛନ୍ତି । ରାଜେଶ ପଟେଲ ବର୍ତ୍ତମାନ ଆଇସିୟୁରେ ଅଛନ୍ତି ଏବଂ ଡାକ୍ତରଙ୍କ ଏକ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି । ତେବେ ଏଭଳି ଘଟଣା କେବଳ ରାଜେଶଙ୍କ ପରିବାର ଲୋକ ନୁହନ୍ତି ଡାକ୍ତରଖାନା ସାରା ସମସ୍ତଙ୍କୁ ବିସ୍ବିତ ଚକିତ କରି ଦେଇଛି । ସେମାନେ ବି ଏହାକୁ ଚମତ୍କାର ବୋଲି ମାନୁଛନ୍ତି ।

Also Read: ରିଓ ଡୋ ଜେନେରିଓରେ ପୋଲିସର ବଡ଼ ଅଭିଯାନ, ୬୪ ମୃତ