ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ: ‘ମୋଦି’ଙ୍କ ସର୍‌ନେମ୍‌କୁ ନେଇ ଦେଇଥିଲେ ବିବାଦୀୟ ବୟାନ

୨୦୧୯ ନିର୍ବାଚନ ରାଲି ବେଳେ କର୍ଣ୍ଣାଟକରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧି । ସେ କହିଥିଲେ, ନିରବ ମୋଦି, ଲଳିତ ମୋଦି ଓ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆ କାହିଁକି ଏକା ଭଳି ?

ନୂଆଦିଲ୍ଲୀ :  ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ । ମୋଦିଙ୍କ ସାଙ୍ଗିଆକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ହୋଇଥିଲା ମାନହାନୀ କେସ୍‌ । ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁରତ ଜିଲ୍ଲା କୋର୍ଟ । ୨୦୧୯ ନିର୍ବାଚନ ରାଲି ବେଳେ କର୍ଣ୍ଣାଟକରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧି । ସେ କହିଥିଲେ, ନିରବ ମୋଦି, ଲଳିତ ମୋଦି ଓ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆ କାହିଁକି ଏକା ଭଳି ?

ରାହୁଲ ଗାନ୍ଧି ଏହି ବୟାନ ପରେ ସୁରଟରେ ଏକ ମାନହାନୀ ମାମଲା ରୁଜୁ ହୋଇଥିଲା । ସୁରଟ ଜିଲ୍ଲା କୋର୍ଟ ମାମଲାର ଶୁଣାଣି କରି ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.