ଶ୍ମଶାନଘାଟରେ କାନ୍ଦ ବଦଳରେ ବାଜିଲା ମ୍ୟୁଜିକ୍, ଚିତା ପାଖରେ ନାଚିଲେ ପରିବାର !

ସୁରଟ : ଓଶୋ ଧର୍ମଗୁରୁଙ୍କ ଜଣେ ଭକ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିଚିତ ଓ ପରିବାର ବର୍ଗ ଶ୍ମଶାନ ଘାଟରେ ୩ ଦିନ ପର୍ୟ୍ୟନ୍ତ ମ୍ୟୁଜିକ୍ ବଜାଇ ନାଚିଲେ। ବାସ୍ତବରେ ଏପରି କରିବାର କାରଣ ହେଉଛି ମୃତକଙ୍କ ଶେଷ ଇଛା । ତାଙ୍କ ଇଛା ଅନୁଯାୟୀ ମୃତ୍ୟୁପରେ ମୃତକଙ୍କ ଅଙ୍ଗଦାନ ମଧ୍ୟ କରାଯାଇଛି। ଚିତା ପାଖରେ ନାଚୁଥିବା ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସୂଚନା ଅନୁଯାୟୀ, ୮୦ ବର୍ଷିୟା ଭାଗବତ ଭାଇ ପଟେଲ ସୁରଟର ଜହାଁଗିରପୁର ଶ୍ରୀଧର ସୋସାଇଟିର ନିବାସୀ। ତାଙ୍କର ଶେଷ ଇଛା ଥିଲା ତାଙ୍କ ମୃତ୍ୟୁରେ କେହି କାନ୍ଦିବେନି। ବରଂ ପରିବାର ଲୋକେ ତାଙ୍କୁ ଖୁସି ଖୁସି ବିଦାୟ ଦେବେ। ମୃତକଙ୍କ ଜ୍ବାଇଁ ଦୀପକ ଭାଇଙ୍କ କହିବା ଅନୁଯାୟୀ, ତାଙ୍କ ଶ୍ବଶୁର ରାଜନ୍ବିଶ୍ ଓଶୋ ଚିନ୍ତାଧାରାର ଥିଲେ। ତିନି ଦିନ ପୂର୍ବରୁ ତାଙ୍କର ହୃଦଘାତ ଯୋଗୁଁ ଦେହାନ୍ତ ହୋଇଥିଲା। ଭାଗବତ ଭାଇଙ୍କ ପୁଅ ଆମେରିକାରେ ରୁହନ୍ତି। ସେ ମଧ୍ୟ ଓଶୋ ଧର୍ମଗୁରୁଙ୍କୁ ଅନୁସରଣ କରନ୍ତି। ସେ ସ୍ବତନ୍ତ୍ରତା ସଂଗ୍ରାମର ସେନାନୀ ଥିଲେ।

Image Courtsey: Dainik Bhasker

Leave A Reply

Your email address will not be published.