ରିଆ ଚକ୍ରବର୍ତ୍ତୀଙ୍କୁ ମିଳିଲା ଆଶ୍ୱସ୍ତି, ବମ୍ବେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ମାମଲାରେ ମହାରାଷ୍ଟ୍ର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।  ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରକୁ ଆଶ୍ବସ୍ତି । ସୁଶାନ୍ତ ସିଂ ରାଜପୁତ ହତ୍ୟା ମାମଲାରେ ରିଆ ଚକ୍ରବର୍ତ୍ତୀ, ତାଙ୍କ ଭାଇ ଓ ବାପାଙ୍କ ବିରୋଧରେ ବମ୍ବେ ହାଇକୋର୍ଟ ଜାରି କରିଥିବା ଲୁକ ଆଉଟ ସର୍କୁଲାରକୁ ରଦ୍ଦ କରି ଦେଇଥିଲେ ବମ୍ବେ ହାଇକୋର୍ଟ । ଲୁକ ଆଉଟ ସର୍କୁଲାର ଜାରି କରିବାକୁ ଯଥେଷ୍ଟ ପୃଷ୍ଠଭୂମି ନଥିବା ଦର୍ଶାଇ ବମ୍ବେ ହାଇକୋର୍ଟ ଏହାକୁ ରଦ୍ଦ କରିଥିଲେ ।

ବମ୍ବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ମହାରାଷ୍ଟ୍ର । ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ କେଭି ବିଶ୍ବନାଥନଙ୍କ ଦୁଇ ଜଣିଆ ଖଣ୍ଡପୀଠ ପିଟିସନକୁ ଖାରଜ କରିବା ସହ ଏହାକୁ ମୂଲ୍ୟହୀନ ବୋଲି କହିଛନ୍ତି ।  ଅଭିଯୁକ୍ତମାନେ ହାଇ ପ୍ରୋଫାଇଲ ହୋଇଥିବାରୁ ଏହି ପିଟିସନ୍ ବୋଲି ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି ।

ରିଆ ଓ ତାଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାରକୁ ଫେବ୍ରୁଆରୀ ମାସରେ ରଦ୍ଦ କରିଥିଲେ ବମ୍ବେ ହାଇକୋର୍ଟ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ୨୦୨୦ରେ ଲୁକ ଆଉଟ ସର୍କୁଲାର ଜାରି କରିଥିଲା ସିବିଆଇ ।  ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ପାଟନାରେ ଏଫଆଇଆର କରିଥିଲେ ତାଙ୍କ ପରିବାର ।  ଏହି ମାମଲା ସିବିଆଇକୁ ହସ୍ତାନ୍ତର ହୋଇଥିଲା ।

You might also like