ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ରିୟାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ, ସବୁ ପକ୍ଷଙ୍କୁ ଲିଖିତ ଜବାବ୍‌ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ :  ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଏଥିସହିତ ସବୁ ପକ୍ଷଙ୍କୁ ଗୁରୁବାର ସୁଦ୍ଧା ନିଜର ତଥ୍ୟ ସମ୍ପର୍କରେ ସଂକ୍ଷିପ୍ତ ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରିୟାଙ୍କ ପକ୍ଷରୁ କୋର୍ଟରେ ବରିଷ୍ଠ ଓକିଲ ଶ୍ୟାମ୍‌ ଦିଓ୍ଵାନ ଓ ବିହାର ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ମନିନ୍ଦର ସିଂହ ନିଜ ନିଜର ପକ୍ଷ ରଖିଥିଲେ । ସେହିପରି ସୁଶାନ୍ତ ସିଂହଙ୍କ ପିତାଙ୍କ ପକ୍ଷରୁ ବରିଷ୍ଠ ଓକିଲ ବିକାଶ ସିଂହ ଓ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଅଭିଷେକ୍‌ ମନୁ ସିଂହଭି ପକ୍ଷ ରଖିଥିବା ଜଣାଯାଇଛି ।

SUPREMECOURT

ରିୟାଙ୍କ ପକ୍ଷରୁ ଓକିଲ ଶ୍ୟାମ୍‌ ଦିଓ୍ଵାନ ପାଟ୍‌ନାରେ ଦାଖଲ ହୋଇଥିବା ଏଫ୍‌ଆଇଆର୍‌ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ ଏହି ମାମଲା ସହ ପାଟ୍‌ନାର କୈାଣସି ସଂଯୋଗ ନାହିଁ । ଘଟଣାର ସମ୍ପର୍କ ମୁମ୍ବାଇରେ ଥିବାରୁ ମୁମ୍ବାଇ ପୋଲିସ ହିଁ ଏହାର ଯାଞ୍ଚ କରିବା କଥା । ଯାହାକି ଠିକ୍‌ ଦିଗରେ ଯାଞ୍ଚ ଚାଲିଛି । ମାତ୍ର ବିହାର ପୋଲିସ ଏହାକୁ ରାଜନୀତି କରୁଛି । ସେ ଆହୁରି କହିଥିଲେ ଯେ ରିୟା ସୁଶାନ୍ତଙ୍କ ପ୍ରେମିକା । ତେଣୁ ରିୟାଙ୍କର ମଧ୍ୟ ଅଧିକାର ରହିଛି ସୁଶାନ୍ତଙ୍କୁ ନ୍ୟାୟ ମିଳୁ ରିୟା ଚାହାଁନ୍ତି ବୋଲି  ଶ୍ୟାମ୍‌ ଦିଓ୍ଵାନ କହିଥିଲେ ।

ବିହାର ସରକାରଙ୍କ ପକ୍ଷରୁ ଓକିଲ ମନିନ୍ଦର ସିଂହ ତାଙ୍କର ପକ୍ଷ ରଖି କହିଥିଲେ ଯେ ବିହାର ପୋଲିସ ଯାହା କରିଛନ୍ତି ତାହା ଆଇନ ସମ୍ମତ । ମହାରାଷ୍ଟ୍ର ସରକାରଙ୍କ ଓକିଲ ସିଂହଭି କହିଥିଲେ ଆମର ମଧ୍ୟ ବିହାର ପୋଲିସ୍‌ର ଯାଞ୍ଚକୁ ନେଇ ଅଭିଯୋଗ ରହିଛି ।
ତେବେ କୋର୍ଟ ରିୟାଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ କ’ଣ ସିବିଆଇ ଯାଞ୍ଚ ଚାହାଁନ୍ତି କି ? ଉତ୍ତରରେ ରିୟାଙ୍କ ଓକିଲ କହିଥିଲେ ‘ଆମେ ସ୍ୱତନ୍ତ୍ର ଯାଞ୍ଚ ଚାହୁଁ’ । ହେଲେ ଯେପରି ଭାବେ ବିହାର ପୋଲିସ ସିବିଆଇ ଯାଞ୍ଚ ପାଇଁ ସୁପାରିଶ୍‌ କରିଛି, ତାହା ଭୁଲ୍‌ ବୋଲି ଶ୍ୟାମ୍‌ ଦିଓ୍ଵାନ କହିଥିଲେ ।

ଭାରତ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ନିଜ ନିଜର ପକ୍ଷ ରଖିଛନ୍ତି। ନିଜ ପକ୍ଷରେ ତୁଷାର ମେହଟ୍ଟା କହିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପ୍ରଥମରୁ ହିଁ ମାମଲାର ଯାଞ୍ଚ କରୁଛି। ଏମିତି ସ୍ଥିତିରେ ଯଦି ଅନ୍ୟ କୌଣସି କେନ୍ଦ୍ରୀୟ ଏଜେନ୍ସି ମାମଲା ରେଜିଷ୍ଟର କରେ ତେବେ ଦ୍ଵିତୀୟ କେନ୍ଦ୍ରୀୟ ଏଜେନ୍ସି(ସିବିଆଇ) ମଧ୍ୟ କେସ୍ର ଯାଞ୍ଚରେ ସାମିଲ ହେବା ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.