ଦେଶ ବିଦେଶ

ନିଜର ଏହି ୫୦ ସ୍ପପ୍ନକୁ ପୂରା କରିବାକୁ ଚାହୁଁଥିଲେ ସୁଶାନ୍ତ ସିଂହ ରାଜପୁତ, ଯାହା ରହିଗଲା ଅଧୁରା !

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ରବିବାର ବାନ୍ଦ୍ରା ସ୍ଥିତ ନିଜ ଆପାର୍ଟମାଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ହୋଇଥିଲା। ଏବେ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନି କିନ୍ତୁ ମୁମ୍ବାଇ ପୋଲିସର ସୂଚନା ଅନୁଯାୟୀ ତାଙ୍କ ଫ୍ଲାଟରେ କିଛି ଔଷଧ ଜବତ ହୋଇଛି। ଯେଉଁଥିରେ ଲାଗୁଛି ଯେ ସେ ଗତ କିଛି ଦିନ ମାସ ଧରି ଡିପ୍ରେସନର ଶିକାର ଥିଲେ। ତେବେ ବର୍ତ୍ତମାନର ଖବର ଅନୁଯାୟୀ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ତାଙ୍କର ଫାଶୀ ଲଗାଇବା କାରଣରୁ ବା ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି।

ତେବେ ପୋଲିସଙ୍କ କହିବାନୁଯାୟୀ ସୁଶାନ୍ତ ସିଂହ ରାଜପୁତଙ୍କ ଘରୁ ସେମିତି କିଛି ସନ୍ଦେହାସ୍ପଦ ଜିନିଷ ମିଳିନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜୀବନରେ ବହୁତ ଗୁଡିଏ ସଂଘର୍ଷ କରି ସଫଳତା ହାସଲ କରିଥିବା ସୁଶାନ୍ତଙ୍କର ଅନେକ ସ୍ୱପ୍ନ ଥିଲା ଯାହା ସେ ପୂରା କରିବାକୁ ଚାହୁଁଥିଲେ।

ସୁଶାନ୍ତ ପ୍ଲେନ ଉଡାଇବା ଠାରୁ ନେଇ ନେତ୍ରହୀନ ଲୋକଙ୍କୁ କମ୍ପ୍ୟୁଟର କୋଡିଙ୍ଗ ସିଖାଇବାକୁ ଚାହୁଁଥିଲେ। ସେ ଲ୍ୟାମ୍ବୋର୍ଗିନି ଗାଡି କିଣିବାକୁ ଚାହୁଁଥିଲେ। ଏହାଛଡା ସେ ପର୍ଯାବରଣ ପାଁ ମଧ୍ୟ ଯୋଗଦାନ ଦେବାକୁ ଚାହୁଁଥିଲେ ଏବଂ ୧୦୦୦ ଗଛ ଲଗାଇବାକୁ ଚାହୁଁଥିଲେ। ତାଙ୍କର ଏହି ଲିଷ୍ଟରେ ସେ ଟ୍ରେନରେ ୟୁରୋପ ଯାତ୍ରା କରିବାକୁ ଚାହୁଁଥିଲେ। ଡିଫେନ୍ସ ଫୋର୍ସ ପାଇଁ ଷ୍ଟୁଣ୍ଡେଟସକୁ ପ୍ରସ୍ତୁତ କରିବାକୁ ଚାହୁଁଥିଲେ। ମହିଳାଙ୍କୁ ଆତ୍ମସୁରକ୍ଷା ଟ୍ରେନିଙ୍ଗ ଦେବାକୁ ଚାହୁଁଥିଲେ ଏବଂ କ୍ରିୟା ଯୋଗ ସିଖିବା ଭଳି ଅନେକ ଜିନିଷ କରିବାକୁ ଚାହୁଁଥିଲେ ସୁଶାନ୍ତ।

କିଏ ଜାଣିଛି ସୁଶାନ୍ତ ଏବେ ନିଜର କେତେ ସ୍ୱପ୍ନକୁ ଅଧୂରା କରି ଛାଡି ଚାଲିଗଲେ। ସୁଶାନ୍ତ ଶେଷ ଥର ଫିଲ୍ମ ‘ଛିଛୋରେ’ରେ ନଜର ଆସିଥିଲେ। ଫିଲ୍ମକୁ କ୍ରିଟିକ୍ସ ଏବଂ ଦର୍ଶକ ବହୁତ ଭଲ ରେସପନ୍ସ ଦେଇଥିଲେ। ଏଥିରେ ସେ ଆତ୍ମହତ୍ୟାକୁ ନେଇ ଏକ ବହୁତ ଭଲ ଡାଇଲଗ୍‌ ବି କହିଥିଲେ କିନ୍ତୁ ନିଜ ବ୍ୟକ୍ତିଗତ ଜୀବନରେ ସେ ଏପରି ଏକ ଚରମ ପଦକ୍ଷେପ କେଉଁ କାରଣ ପାଇଁ ନେଲେ ତାହା ସମସ୍ତଙ୍କ ମନରେ ସୃଷ୍ଟି କ

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

9 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

23 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

38 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

49 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

60 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago