କୋଚିରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଜଣେ ଅଟକ

ବିମାନରେ ବୋମା ଆତଙ୍କ ଘଟଣା ଥମିବାରେ ନାଁ ଧରୁନି । ପ୍ରତିଦିନ ଏମିତି କିଛି ଖବର ଶୁଣିବାକୁ ମିଳୁଛି । କେରଳ କୋଚିରୁ ଲଣ୍ଡନ ଯାଉଥିବା ବିମାନରେ ବୋମା ଧମକ । ଏୟାର ଇଣ୍ଡିଆର ବିମାନରେ ବୋମା ଧମକ ମିଳିବା ପରେ ଏୟାରପୋର୍ଟରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ବୋମା ଧମକ ମିଳିବା ପରେ କୋଚି ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । କୋଚିରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଡଗ୍ ସ୍କ୍ଵାଡ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍ ସର୍ଚ୍ଚ ଅପରେସନ କରିଥିଲେ ।
କିଛି ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଲଣ୍ଡନ ଯାଉଥିବା ବିମାନରେ କୌଣସି ବିମାନ ମିଳିନଥିଲା । ଏୟାରପୋର୍ଟ ଅଧିକାରୀ ଧମକପୂର୍ଣ୍ଣ ଫୋନ କଲ ମିଳିବା ସନ୍ଦେହରେ ୨୯ ବର୍ଷୀୟ ବ୍ୟକ୍ତିଙ୍କୁୁ ଅଟକ ରଖିଛି । କୋଚିନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ପ୍ରବକ୍ତା କହିଛନ୍ତି, ସୁରକ୍ଷା କର୍ମୀ ବିମାନରେ ଯାଞ୍ଚ କରିବା ପରେ କୌଣସି ବିପଦ ନାହିଁ ବୋଲି କହିଥିଲେ । ଏହାପରେ ବିମାନକୁ ଉଡାଣ ଭରିବାକୁ ଅନୁମତି ମିଳିଥିଲା ।
ଏୟାରପୋର୍ଟ ଅଧିକାରୀ କହିବା ମୁତାବକ, ମୁମ୍ବାଇରେ ଏୟାର ଇଣ୍ଡିଆର କଲ୍ ସେଣ୍ଟରରେ ସୋମବାର ରାତିରେ ବିମାନ ସଂଖ୍ୟା ଏଆଇ ୧୪୯ରେ ବୋମାରେ ଉଡାଇବାକୁ ଫୋନରେ ଧମକ ମିଳିଥିଲା । ରାତି ୧.୨୨ରେ ଆସିଥିଲା କଲ । ଏୟାର ଇଣ୍ଡିଆକୁ ଧମକ ମିଳିବା ପରେ କୋଚିନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡକୁ ସୂଚନା ଦିଆଯାଇଥିଲା । ବିମାନକୁ ସଂପୂର୍ଣ୍ଣ ଭାବେ ଯାଞ୍ଚ କରିବା ପରେ ଉଡାଣ ପରେ ଅନୁମତି ଦିଆଯାଇଥିଲା । ତେବେ ଫୋନ କରିଥିବା ବ୍ୟକ୍ତିଙ୍କୁ ପୋଲିସ ସନ୍ଧାନ କରୁଛି ।
ଘଟଣାରେ ଯେଉଁ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି, ତାଙ୍କ ବୟସ ୨୯ ବର୍ଷ । ସେ ମଲାପ୍ପୁରମ ଜିଲ୍ଲାରେ ବୋଲି ଜଣାପଡିଛି । ସେ ମଧ୍ୟ ଏହି ବିମାନରେ ଲଣ୍ଡନ ଯାତ୍ରା କରିଥାନ୍ତେ । ତାଙ୍କ ଅଟକ ରଖାଯାଇ ପଚରାଉଚରା କରାଯିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ହସ୍ତାନ୍ତର କରାଯାଇଛି ।