କେବେ ଖୋଲିବ ପାରା ରହସ୍ୟ ? ଗୁଇନ୍ଦା ପାରା ବଢ଼ାଉଛି ସୁରକ୍ଷା ପ୍ରତି ବିପଦ ଆଶଙ୍କା

କେବେ ଖୋଲିବ ପାରା ରହସ୍ୟ ? ଗୁଇନ୍ଦା ପାରା ବଢ଼ାଉଛି ସୁରକ୍ଷା ପ୍ରତି ବିପଦ ଆଶଙ୍କା । ଜାତୀୟ ତଥ୍ୟ ଚୋରି ପାଇଁ ସକ୍ରିୟ ହୋଇଛନ୍ତି କି ବିଦେଶୀ ? ବାଲେଶ୍ଵର ଡିଆରଡିଓ ହନିଟ୍ରାପ ମାମଲା ପରେ ଏବେ ପାରାଦୀପରୁ ସନ୍ଦିଗ୍ଧ ପାରା ଠାବ ଘଟଣା ବଢାଇଛି ଚିନ୍ତା । ପାରାର ଗୋଡ଼ରେ ଡିଜିଟାଲ ଡିଭାଇସ୍‌ ଓ ପରରେ ଲେଖାଥିବା ଚିହ୍ନ ଏବେ ରାଜ୍ୟ ପୋଲିସର ଚିନ୍ତା ବଢ଼ାଇଛି । ଫରେନ୍‌ସିକ ଯାଞ୍ଚରୁ ମଧ୍ୟ କୌଣସି ତଥ୍ୟ ମିଳିପାରିନାହିଁ ।

କେବେ ଖୋଲିବ ପାରା ରହସ୍ୟ ? ଗୁଇନ୍ଦା ପାରା ବଢ଼ାଉଛି ସୁରକ୍ଷା ପ୍ରତି ବିପଦ ଆଶଙ୍କା । ଜାତୀୟ ତଥ୍ୟ ଚୋରି ପାଇଁ ସକ୍ରିୟ ହୋଇଛନ୍ତି କି ବିଦେଶୀ ? ବାଲେଶ୍ଵର ଡିଆରଡିଓ ହନିଟ୍ରାପ ମାମଲା ପରେ ଏବେ ପାରାଦୀପରୁ ସନ୍ଦିଗ୍ଧ ପାରା ଠାବ ଘଟଣା ବଢାଇଛି ଚିନ୍ତା । ପାରାର ଗୋଡ଼ରେ ଡିଜିଟାଲ ଡିଭାଇସ୍‌ ଓ ପରରେ ଲେଖାଥିବା ଚିହ୍ନ ଏବେ ରାଜ୍ୟ ପୋଲିସର ଚିନ୍ତା ବଢ଼ାଇଛି । ଫରେନ୍‌ସିକ ଯାଞ୍ଚରୁ ମଧ୍ୟ କୌଣସି ତଥ୍ୟ ମିଳିପାରିନାହିଁ । ସମ୍ବେଦନଶୀଳ ଦୃଷ୍ଟିରୁ କେନ୍ଦ୍ରୀୟ ସଂସ୍ଥା ବା ସେଣ୍ଟ୍ରାଲ ଫରେନସିକ୍‌ ଯାଞ୍ଚ ପାଇଁ ପଠାଯିବ ବୋଲି କହିଛନ୍ତି ଜଗତସିଂହପୁର ଏସପି ।

ଏନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଅବଗତ କରାଯିବ । ଦେଶର ଉପକୂଳ ଅଞ୍ଚଳ ବିଶେଷ କରି ଓଡ଼ିଶାରେ ଥିବା ଡିଫେନ୍ସ ରିସର୍ଚ୍ଚ ସେଣ୍ଟରକୁ ନେଇ ବଢ଼ିଛି ଭୟ । ଗତବର୍ଷ ଏକ ଚାଇନିଜ ସ୍ପାଏ ସିପ୍‌ ଶ୍ରୀଲଙ୍କା ଉପକୂଳରେ ପହଞ୍ଚିଥିଲା। ସେତେବେଳେ ଆଶଙ୍କା କରାଯାଉଥିଲା ବଙ୍ଗୋପସାଗରରେ ମିଶାଇଲ ଟେଷ୍ଟ ଉପରେ ନଜର ରଖିବାକୁ ଗୁଇନ୍ଦାଗିରି କରୁଛନ୍ତି ଚୀନ। ଏବେ ଏହି ପାରା ଏହାକୁ ଅଧିକ ରହସ୍ୟମୟ କରିଛି ।

କାରଣ ପାରାର ଡେଣାରେ ଲେଖା ଥିବା କୋରିଆନ ବା ଚାଇନିଜ ଅକ୍ଷର ବୋଲି ସନ୍ଦେହ କରାଯାଉଛି । ବୈଦଶିକ ବ୍ୟାପାର ବିଶେଷଜ୍ଞଙ୍କ କହିବା କଥା, ପାରା ପ୍ରାୟ ୭୦୦ରୁ ୮୦୦ କିଲୋମିଟର ଉଠିବାର କ୍ଷମତା ରହିଛି । ସେହିପରି ପାରାଦୀପକୁ ଅନେକ ଚାଇନିଜ ଭେସେଲ ବା ବାଣିଜ୍ୟିକ ଜାହାଜ ଆସିଥାଏ।

ସେହି ଯାହାଜରୁ ପାରାକୁ କେହି ଛାଡି ଥାଇପାରେ। ବିଦେଶୀ ଶତ୍ରୁରାଷ୍ଟ୍ର କିଛି ଆତଙ୍କୀ ଷଡ଼ଯନ୍ତ୍ର କରିଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି। ତେଣୁ ପାରା ଗୋଡ଼ରେ ଲାଗିଥିବା ଚିପ୍‌ କେଉଁଠାରୁ ପ୍ରସ୍ତୁତ? ସେସବୁ ଜିନିଷ କ’ଣ କ’ଣ ? କାହିଁକି ସେସବୁ ବ୍ୟବହାର କରାଯାଉଛି ? ପାରାର ଡେଣାରେ ଲେଖାଥିବା କୋଡ଼ କିଛି ଏଜେଣ୍ଟଙ୍କୁ ପାଇଁ କି ବାର୍ତ୍ତା ଦେଉଛି ? ଏହାକୁ ଆମର ତଦନ୍ତକାରୀ ସଂସ୍ଥା କିପରି ଟ୍ରାକ କରୁଛନ୍ତି ଓ କେଉଁ ତଥ୍ୟ ପାଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ।…

You might also like