ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଟରନେସନାଲ ଏୟାରପୋର୍ଟରେ ସଂଦିଗ୍ଧ ବ୍ୟାଗ୍ ଜବତ, ଆରଡିଏକ୍ସ ଥିବା ଆଶଙ୍କା

ନୂଆଦିଲ୍ଲୀ(କେନ୍ୟୁଜ୍): ରାଜଧାନୀ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଟରନେସନାଲ ଏୟାରପୋର୍ଟରେ ସଂଦୀଗ୍ଧ ବ୍ୟାଗ୍ ମିଳିବା ପରେ ଆତଙ୍କ । ଟର୍ମିନାଲ ୩ରେ ସଂଦୀଗ୍ଧ ବ୍ୟାଗ୍ ଥିବା ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ସୂଚନା ଅନୁସାରେ ଏୟାରପୋର୍ଟ ପୋଲିସ ଷ୍ଟେସନ୍‌କୁ ଭୋର ୩ଟାରେ ସଂଦୀଗ୍ଧ ବ୍ୟାଗ୍ ମିଳିବା ନେଇ ଖବର ମିଳିଥିଲା । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗ୍‌କୁ ଜବତ କରିଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଏହା ପରେ ଟର୍ମିନାଲ-୩ ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା । ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ବ୍ୟାଗ୍ ଭିତରେ କ’ଣ ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.