ଆମେରିକା : ଏମରଜେନ୍ସୀ ଲ୍ୟାଣ୍ଡିଂ ବେଳେ ଏସୟୁଭି ସହିତ ଧକ୍କା ହେଲା ବିମାନ, ଭିଡିଓ ଭାଇରଲ

ଆମେରିକାର ଲସ୍‌ ଭେଗାସରେ ବିମାନ ଏବଂ ଏସୟୁଭି କାର ଧକ୍କା ହୋଇଛି। ଫଳରେ ୩ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ନେବାଦା ପ୍ରାନ୍ତର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ଖବର ମୁତାବକ, ଲସ୍‌ ଭେଗାସର ଉତ୍ତରରେ ଥିବା ଏକ ହାଇେଓ୍ଵରେ ବିମାନର ଆପତ୍ତକାଳିନ ଲ୍ୟାଣ୍ଡିଂ ସମୟରେ ଏସୟୁଭି ସହିତ ଧକ୍କା ହୋଇଥିଲା । ଫଳରେ ୩ ଜଣ ଆହତ ହୋଇଥିଲେ ।

ଦୁଇ ସିଟ୍‌ ଯୁକ୍ତ ବିମାନରେ ବୈଷୟିକ ତ୍ରୁଟି ଥିବା ଯୋଗୁଁ ବିମାନଟି ୟୁଏସ୍‌-୯୫ର ହାଇେଓ୍ଵର ଆପତ୍ତକାଳିନ ଲ୍ୟାଣ୍ଡିଂ କରିଥିଲା। ଫଳରେ ଏସୟୁଭି ସହିତ ଧକ୍କା ହୋଇଥିଲା । ଯାହାର ଭିଡିଓ ଦେଖିବାକୁ ମିଳିଛି। ଦୁର୍ଘଟଣାରେ ବିମାନର ବ୍ଲେଡ ବାଜି ଏସୟୁଭି କାରର ଓ୍ଵିଣ୍ଡିସିଲ୍ଡ ଭାଙ୍ଗି ଯାଇଥିଲା ।

ଗତକାଲି ୯.୪୦ରେ ଏହି ଦୁର୍ଘଟଣା ଘଟିଛି। ବିମାନର ଫ୍ୟୁଏଲ୍‌ ସରିଯିବା ପୂର୍ବରୁ ପାଇଲଟ ଏମରଜେନ୍ସୀ ଲ୍ୟାଣ୍ଡିଂ କରିଥିଲେ । ତେବେ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଥିବା ବେଳେ ପାଖରେ ଯାଉଥିବା ଏସୟୁଭିରେ ବ୍ଲେଡ ବାଜି ଦୁର୍ଘଟଣା ହୋଇଛି ।

ଘଟଣାରେ କାର ଚାଳକ ସାମାନ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ପରେ ବିମାନଟି ହାଇେଓ୍ଵରେ ପହଞ୍‌ଚିଥିଲା। ବିମାନ ଏବଂ କାର ଧକ୍କାରେ ଆହତ ହୋଇଥିବା ଲୋକେ ଜଲଦି ସୁସ୍ଥ ହୋଇଯିବେ । ଘଟଣା ପରେ ହାଇେଓ୍ଵ କିଛି ସମୟ ପାଇଁ ବନ୍ଦ ରହିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.